ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ

youtube

ଭୁବନେଶ୍ୱର: ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଦେଇଛନ୍ତି ସୂଚନା। ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସଂକେତ ଉପରେ ଅଛି। କେବେ ହେଲେ ବିପଦ ସଂକେତ ଉପରକୁ ଯିବ ନାହିଁ। କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ। ମୁଣ୍ଡଳୀ ୪.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ତାହା କମିବ। ଏହା ପ୍ରଭାବରେ ଶାଖା ନଦୀ କୁଆଖାଇ, ଦେବୀରେ ଜଳସ୍ତର ବଢିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।

ସେ କହିଛନ୍ତି, ସମୟ ଲାଗେ ପାଣି ସମୁଦ୍ରକୁ ଯିବା ପାଇଁ । ବର୍ଷା ପରିମାଣ କମିବାରୁ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି। ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ବର୍ଷା ହେଉଛି। କେତେ ପରିମାଣ ବର୍ଷା ହେଉଛି, ତାକୁ ଦେଖି ଗେଟ୍ ଖୋଲିବ କି ବନ୍ଦ ହେବ ସେ ନିଷ୍ପତ୍ତି ନିଆଯିବ।

ସମ୍ବଲପୁରର ତଳିଆ ଅଞ୍ଚଳରେ ପାଣି ପଶିଛି। ତାହା ନିଷ୍କାସିତ ହୋଇଯିବ। ସୁବର୍ଣ୍ଣରେଖାରେ ଜଳସ୍ତର ବଢି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି। ହେଲେ ବିପଦ ସଂକେତ ଟପିବ ନାହିଁ। ଝାଡ଼ଖଣ୍ଡର ଅର୍ଦ୍ଧନିର୍ମିତ ଚାନ୍ଦୋଲି ଡ୍ୟାମ୍ ଯୋଗୁଁ ପାଣି ଓଡ଼ିଶା ଆସୁଛି। ବ୍ରହ୍ମଣୀରେ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବୈତରଣୀ ଆଖୁଆପଦାରେ ସତର୍କ ସଂକେତରେ ଅଛି। ହେଲେ ବନ୍ୟା ନାହିଁ। ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.