
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦିଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ । ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । ମେଘନାଦ ପାଚେରୀ ପାଖରେ ମନ୍ଦିରର ବ୍ୟବହୃତ ଫୁଲ, ପତ୍ର ପଡି ଏକ କୁତ୍ରିମ ବାଟ ତିଆରି ହୋଇଛି ।
ସେହି ବାଟ ଦେଇ କିପରି ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ବେଆଇ ପ୍ରବେଶ କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ । କେଉଁ ଉଦ୍ଦେଶ୍ୟରେ ଏମାନେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ପାଖରେ ସୂଚନା ଅଛି କି ନାହିଁ ତାହା ଜଣାପଡ଼ିନଥିବା ବେଳେ, କେତେ ସୁରକ୍ଷିତ ଶ୍ରୀମନ୍ଦିର ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।