ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

youtube

ଛତ୍ରପୁର : ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ ହୋଇଛି ।  ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।  ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା ।  ୩ ଦିନ ଧରି ଭିଜିଲାନ୍ସ ଟିମ ତାଙ୍କୁ ନଜରରେ ରଖିଥିବା ସୂଚନା ମିଳିଛି ।  ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୩ ଲକ୍ଷ ଟଙ୍କା ଜବତ କରାଯାଇଛି  । ବର୍ତ୍ତମାନ ଆଶ୍ରିବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରେ ପହଂଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତାଙ୍କୁ ନୂଆପଡା ଜିଲ୍ଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲା ।

Leave A Reply

Your email address will not be published.