ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ, ସ୍ଵାଗତ ସମ୍ଵର୍ଦ୍ଧନା ଜଣାଇଲେ ଦଳୀୟ ନେତା ଓ କର୍ମୀ

youtube

ଭୁବନେଶ୍ଵର: ଜେଲରୁ ବାହାରିଲେ ଜଗା ପ୍ରଧାନ ।  ବିଜେପି ବରିଷ୍ଠ ନେତା ଜଗା ପ୍ରଧାନ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ।  ଜେଲ ସମ୍ମୁଖରେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଗତ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଏମସି ଅଫିସ ଭିତରେ ମରଣାନ୍ତକ ଆକ୍ରମଣ ଘଟଣାରେ ଜଗା ପ୍ରଧାନଙ୍କୁ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।  ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଶୁଣାଣି ପରେ ଜାମିନ୍ ପ୍ରଦାନ କରାଯାଇଛି ।

ବାଜା ବାଣ , ପୁଷ୍ପ ମଲ୍ୟା ନେଇ ଗେଟ୍ ସମ୍ମୁଖରେ ଚାହିଁ ରହିଛନ୍ତି ସମର୍ଥକ ।  କୋର୍ଟରୁ ଜାମିନ କାଗଜପତ୍ର ଜେଲ ଭିତରକୁ ନେଇ ଯାଇଛନ୍ତି ଜଗାଙ୍କ ଓକିଲ । ଜଗନ୍ନାଥ ପ୍ରଧାନଙ୍କ ବାହାରିବା ସମୟକୁ ଅପେକ୍ଷା କରିଛନ୍ତି ତାଙ୍କ ସମର୍ଥକ ମାନେ । ଝାରପଡ଼ା ଜେଲ ସମ୍ମୁଖକୁ ସୁରକ୍ଷା ବଳୟ ମଧ୍ୟରେ ରଖିବା ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୂତୟନ ହୋଇଛନ୍ତି ।

ଝାରପଡ଼ା ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ବାହାରେ ଦଳୀୟ ନେତା ଓ କର୍ମୀ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦେଇଛନ୍ତି । ବେକରେ ଫୁଲମାଳ ସହ ବନ୍ଦାପନା କରିଛନ୍ତି ବିଜେପିର ମହିଳା ନେତ୍ରୀ ।  ଶତାଧିକ ସମର୍ଥକ ଜେଲ୍‌ ବାହାରେ  ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେଇଛନ୍ତି ।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା ।  ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଥିଲା ।

ଜୁଲାଇ ୧ରେ ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଥିଲେ।  ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଥିଲା ।

Leave A Reply

Your email address will not be published.