ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ, ଅଚଳାବସ୍ଥା ସମାଧାନ କରିବାରେ ଡ଼ବଲ ଇଞ୍ଜିନ ସରକାର ଫେଲ……!

add-all

ଆସିକା ରେ ପେଟ୍ରୋଲ ଟାଙ୍କି ଖାଲି ଲିଟର ପିଛା ୧୫୦ ଦରରେ କଳାବଜାର ରେ ବିକ୍ରି……!


ବ୍ରହ୍ମପୁର: ସାରା ରାଜ୍ୟରେ ଡ୍ରାଇଭ ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ହେବାର ତିନିଦିନ ହେ ଲାଣି ସମାଧାନ ପନ୍ଥା ବାହାରୁନି।ପରିବହନ କ୍ଷେତ୍ରରେ ସାଙ୍ଘାତିକ ଅବସ୍ଥା ଦେଖା ଦେଇଛି। ଅତ୍ୟାବଶ୍ୟ ସାମଗ୍ରୀ ଦର ବୃଦ୍ଧି ଦେଖା ଦେଲାଣି। ଗଞ୍ଜାମ ଜିଲ୍ଲାରେ ପେଟ୍ରୋଲିୟମ ସାମଗ୍ରୀ କୁ ନେଇ ଭୟଙ୍କର ପରିସ୍ଥିତି ଉପୁଜିଲାଣି। ଏପଟେ ଡ୍ରାଇଭର ସଂଘ ଆନ୍ଦୋଳନ ଜୋରଦାର କରୁଥିବା ବେଳେ ସେପଟେ ରାଜ୍ୟରେ ବିଜେପି ଦଳର ମୁଖିଆ ଙ୍କୁ ସମର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ ମାନେ ଲାଗି ପଡ଼ିଥିବା ଲକ୍ଷ କରାଯାଇଛି। ଡ୍ରାଇଭର ମହା ସଂଘର ଆନ୍ଦୋଳନ ଯୋଗୁଁ ସାଧାରଣ ଜନତାଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି। ବସ ବନ୍ଦ ଯୋଗୁଁ ଯାତାୟାତ ରେ ବାଧା ଦେଖାଦେଇଛି। ଅଟୋ ଯୋଗେ କେଉଁଠି ଗଲେ ମାତ୍ରାଧିକ ଭଡ଼ା ଦାବୀ କରାଯାଉଛି।ଟ୍ରକ ଚଳାଚଳ ହେଉନଥିବା ଯୋଗୁଁ ଅତ୍ୟାବଶ୍ୟ ସାମଗ୍ରୀ ଦର ହୁଁ ହୁଁ ହୋଇ ବଢ଼ିବାରେ ଲାଗିଲାଣି। ଆନ୍ଦୋଳନ ଜାରି ରହିଲେ ସାଧାରଣ ଜନତା ନାହିଁ ନଥିବା ପରିସ୍ଥିର ସମ୍ମୁଖୀନ ହେବେ। ଆସିକା ସହର ମଧ୍ୟରେ ଥିବା ଦୁଇଟି ପେଟ୍ରୋଲ ପମ୍ପ ରେ ତେଲ ଖାଲି ହେବା ପରେ ପେଟ୍ରୋଲ ଲିଟର ବାହାରେ ୧୫୦ ଟଙ୍କା ଦରରେ ବିକ୍ରି ହେଲାଣି। ରାଜ୍ୟରେ ଡବଲଇଞ୍ଜିନ ଫେଲ ଯୋଗୁଁ ସାଧାରଣ ଜନତାଙ୍କ ଅବସ୍ଥା ବେହାଲ ହୋଇ ଗଲାଣି।

ad-week
Leave A Reply

Your email address will not be published.