ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ରେ ଶାସକ ଦଳ ଛାନିଆ, ଗସ୍ତ ପରେ ଆନ୍ଦୋଳନ ସରିବ କି…?

add-all

ଶାସକ ଦଳର ମୋହରା ବନିଛନ୍ତି ଆନ୍ଦୋଳନ କାରୀ…..!
ବ୍ରହ୍ମପୁର :ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି। ଡ଼ବଲ ଇଞ୍ଜିନ ସମାଧାନ କରିବାରେ ବିଫଳ ସାଧାରଣ ଜନତା ହଟହଟା। ଡ୍ରାଇଭ ମାନଙ୍କ ଆନ୍ଦୋଳନ ଆଜି ୩ ଦିନ ବିତିଥିଲେ ବି ସରକାର ସମାଧାନ କରିବାରେ ବିଫଳ ହେବା ଯୋଗୁଁ ଆଜି ପେଟ୍ରୋଲିୟମ ଦ୍ରବ୍ୟ ରେ ନିଅଣ୍ଟିଆ ଦେଖା ଦେଲାଣି। ପରିବହନ କ୍ଷେତ୍ରରେ ବାଧା ଉପୁଜିବା ଫଳରେ ଅତ୍ୟାବଶ୍ୟ ସାମଗ୍ରୀ ଦର ବି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ କାଲି ଠାରୁ ପେଟ୍ରୋଲ ଅଭାବ ଦେଖା ଦେଇଥିବା ବେଳେ ଡିଜେଲ ଖାଲି ହେଲେ ଅବସ୍ଥା ଆହୁରି ଦୟନୀୟ ହେବ। ପ୍ରକାଶ ଥାଉକି ରାହୁଲ ଗାନ୍ଧୀ ଓଡିଶା ଆସି ଯିବା ପରେ ଏହି ଆନ୍ଦୋଳନ ହଟିବ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସାଧାରଣ ଜନତା ବଳି ପଡ଼ୁଥୁବା ଆଲୋଚନା ହେଉଛି। ରାହୁଲ ଗାନ୍ଧୀଙ୍କ ସଭାରେ ଲୋକରଣ୍ୟ ହେବାର ଭୟ କରି ଡ୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କୁ ବିଜେପି ମୋହରା ବନେଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.