ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କୁ ନେଇ ଚର୍ଚ୍ଚା :ଗଞ୍ଜାମ ର କିଛି ବିଧାୟକ ଗଣ୍ଠିଳି ଧରି ରାଜଧାନୀରେ ଡେରା…

add-all

ଲବିରେ ବିଧାୟକ ପଛରେ ମାଫିଆ…
ଭୁବନେଶ୍ୱର: ଶାସକ ଦଳର ଦଳ ମୁଖିଆଙ୍କ ନାମ ଘୋଷଣା ପରେ ନୂଆ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ମନମୋହନ କହିଛନ୍ତି। ରାଜ୍ୟରେ ବିଜେପି ସରକାର ହେବାର ଏକ ବର୍ଷ ପୂର୍ତ୍ତି ହୋଇଛି। ବିଧାୟକ ମାନଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସେମାନଙ୍କ ବର୍ଷ ତମାମ କାର୍ଯ୍ୟ ଶୈଳିକୁ ନେଇ ରିପୋର୍ଟ କାର୍ଡ଼ ପ୍ରସ୍ତୁତ ହୋଇଛି। ରିପୋର୍ଟ କାର୍ଡ଼ ପ୍ରସ୍ତୁତ ପରେ ଅନେକ ମନ୍ତ୍ରୀ ଙ୍କ ଉପରେ ଖଣ୍ଡାଝୁଲି ରହିଛି। ଏଭଳି ପରିସ୍ଥିତି ରେ ବିଜେପି ରାଜ୍ୟ ପାଇଁ ମନମୋହନ ସାମଲଙ୍କ ଉପରେ ଆଶ୍ବସ୍ତି ହୋଇ ପୁଣି ଥରେ ଦଳର ମଙ୍ଗ ବା ମୁଖିଆ ବନେଇଛି। ମନମୋହନଙ୍କ ନାଁ ଦ୍ୱିତୀୟ ଥର ସଭାପତି ଭାବେ ଘୋଷଣା ପରେ ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସଭାପତି ସଙ୍କେତ ଦେବା ପରେ ମନ୍ତ୍ରୀ ହେବା ପାଇଁ ଲବି ଆରମ୍ଭ ହୋଇଯାଇଛି। କିଏ ମନ୍ତ୍ରୀ ପାଇବ କିଏ ବାଦ ପଡିବ ତାହାକୁ ନେଇ ରାଜନୈତିକ ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରିଦେଇଛନ୍ତି। ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ଗଣ୍ଠିଳି ଧରି ରାଜଧାନୀ ରେ ଡେରା ପକେଇ ଥିବା ଆଲୋଚନା ହେଉଛି। ସମ୍ପ୍ରସାରଣ ବେଳେ ଆଉ ରିପୋର୍ଟ କାର୍ଡ଼ର ଆବଶ୍ୟକତା ପଡ଼ିବନି ଭାବି ଗଣ୍ଠିଳି ଯୋଗାଡ଼ କରି ନିଜ ସମର୍ଥକଙ୍କ ଜରିଆରେ ଚାପ ପକେଇବା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନ ରେ ପରିବର୍ତ୍ତନର ସ୍ବର ସାଙ୍ଗକୁ ମୋଦି ମ୍ୟାଜିକ ରେ ବିଜୟ ହୋଇଥିବା ନେତାଙ୍କୁ ଏବେ ମନ୍ତ୍ରୀ ହେବାର ନିଶା ଘାରିଥିବା ଚର୍ଚ୍ଚା ହେଲାଣି। ରିପୋର୍ଟ କାର୍ଡ଼ କାମ ଆସୁଛି ନାଁ ଗଣ୍ଠେଳି ତାହା ସମୟ କହିବ ହାତୀ କାହା ମୁଣ୍ଡ ରେ ସୁନା କଳସି ଢାଳୁଛି ଦେଖିବାକୁ ବାକି ରହିଲା। ସୂଚନା ମିଳୁଛି ଗଞ୍ଜାମ ଜିଲ୍ଲାର ଦୁଇ ବିଧାୟକ କୋଟି କୋଟି ଟଙ୍କା ଧରି ଡେରା ପକାଇଛନ୍ତି ରାଜଧାନୀ ରେ କାଳେ ସୁଯୋଗ ମିଳିଯିବ ଆଶା ନେଇ କିନ୍ତୁ ଦୁଇ ବିଧାୟକ ଙ୍କ ରିପୋର୍ଟ କାର୍ଡ ପୁରା ଖରାପ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା l ସୂଚନା ଥାଉକି ଜଣେ ବିଧାୟକ ପଛରେ କିଛି ବାଲି ଓ ମଦ ମାଫିଆ ଗଣ୍ଠଳି ଯୋଗାଡ଼ ରେ ଲାଗି ପଡିଛନ୍ତି ବୋଲି ଜୋରସୋର ରେ ଚର୍ଚ୍ଚା ହେଉଛି l ବର୍ତ୍ତମାନ ଯଦି ସିବିଆଇ କିମ୍ବା ଇ. ଡି ରାଜ୍ୟରେ ଥିବା ବିଧାୟକ ମାନଙ୍କ ଉପରେ ନଜର ଦିଏ ଏବଂ ଚଢ଼ାଉ ଆରମ୍ଭ କରେ ତେବେ ଅନେକଙ୍କ ମୁଖା ଖୋଲିଯିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.