ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ, ଜଗନ୍ନାଥପୁର ବାସଭବନ ଉପରେ ଇଡିର ଚଢଉ

youtube

କେଉଁଝର : ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ । ଆଜି ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନ ଉପରେ ଇଡିର ଚଢଉ । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ରାଜା ଚକ୍ର EOW ଦ୍ଵାରା ଗିରଫ ହୋଇ ବାଲେଶ୍ୱର ଜେଲରେ ଅଛନ୍ତି । ଫେବୃଆରୀ ୭ ତାରିଖ ଦିନ EOW ପ୍ରଥମେ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ପଚରା କରିବା ପରେ ଉଠାଇ ନେବା ସହ ୯ ତାରିଖରେ ଗିରଫ କରିଥିଲେ ।

ଏହା ପରେ ରାଜା ଚକ୍ରଙ୍କୁ EOW ତାଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ରାଜା ହାଇକୋର୍ଟରୁ ଆଗୁଆ ଜାମିନରେ କିଛି ଦିନ ରହିବା ସହ ଇଓଜବ୍ଲୁ ନିକଟରେ ତଦନ୍ତ ପାଇଁ ହାଜର ହୋଇଥିଲେ । ଜାମିନ ଅବଧି ଶେଷ ସରିବା ପରେ ମାର୍ଚ୍ଚରେ EOW ତାଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କର ଏକାଧିକ ସୌଖିନ ଗାଡ଼ି ସହ ବାଇକ, ଟ୍ରକ ଓ ଲୋଡର ଆଦି ଜବତ କରାଯାଇଥିଲା । ଏପରିକି ଗୋପାଳପୁର ସ୍ଥିତ ତାଙ୍କ ବାସଭବନ ଉପରେ ମଧ୍ୟ ଏକାଧିକ ଥର ଚଢ଼ାଉ ହୋଇଥିଲା ।

Leave A Reply

Your email address will not be published.