ବିଗ୍‌ବସ୍‌ ଯିବେ ମୋନାଲିସା!

add-all

ମୁମ୍ବଇ: ମହାକୁମ୍ଭ ମେଳାରେ ମାଳି ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଏବଂ ଏବେ ସେ ବଲିଉଡରେ ମଧ୍ୟ ପାଦ ଥାପି ସାରିଛନ୍ତି। ନିକଟରେ ଉତ୍କର୍ଷ ସିଂହଙ୍କ ସହ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଥିଲା, ଆଉ ଏବେ ମୋନାଲିସା ଆହୁରି ଆଗକୁ ବଢ଼ି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଇନଷ୍ଟାଗ୍ରାମରେ monalisha_mahakumbh ନାମକ ପେଜ୍‌ରେ ମୋନାଲିସାଙ୍କର ଏକ ଭିଡିଓ ପୋଷ୍ଟ କରାଯାଇଛି। ଏ​‌ହି ଭିଡିଓରେ ସେ କଳା ରଙ୍ଗର ଅନାରକଲି ସୁଟ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ଏଥିରେ ତାଙ୍କୁ ପଚରା ଯାଇଥିଲା ​‌ଯେ, ଯଦି ଆପଣଙ୍କୁ ବିଗ୍‌ବସ୍‌ ଯିବାକୁ ସୁଯୋଗ ମିଳେ, ତେବେ କ’ଣ ଆପଣ ଯିବାକୁ ଚାହିଁବେ?

ମୋନାଲିସା ତୁରନ୍ତ ଉତ୍ତର ଦେଇ କହିଥିଲେ ହଁ, ମୁଁ ନିଶ୍ଚିତ ଯିବି। ତେବେ ଶୋ’ ପକ୍ଷରୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇନାହିଁ ଯେ, ମୋନାଲିସା ଏହି ଶୋ’ରେ ଭାଗ ନେବେ କି ନାହିଁ। ମୋନାଲିସାଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ବିଗ୍ ବସ୍‌ରେ ଆପଣଙ୍କୁ ଦେଖିବା ପାଇଁ ଆମେ ଉତ୍ସାହିତ ବୋଲି କମେଣ୍ଟ ମଧ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ, ବିଗ୍ ବସ୍-୧୯ ଏଥର ଶୀଘ୍ର ପ୍ରସାରିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସ ଶେଷ ସପ୍ତାହ ୨୯ କିମ୍ବା ୩୦ରେ ଶୋ’ ପ୍ରିମିୟର ହେବା ନେଇ ଆଶା କରାଯାଉଛି।

ad-week
Leave A Reply

Your email address will not be published.