
କଳାହାଣ୍ଡି : ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ l ମୃତକ ଦୁଇ ଚାଷୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା ଓ କଛାରପଡା ଗ୍ରାମର ଅନିରୁଦ୍ଧ ନାଏକ l ସେମାନେ ସମ୍ପର୍କରେ ଶଳା ଭେଣେଇ ବୋଲି ସୂଚନା ମିଳିଛି l
ସୂଚନା ଅନୁଯାଇ, ଆଜି ସକାଳେ ଦୁଇ ଜଣ ଚାଷୀ ମୁଣ୍ଡୁରା ନଦୀ କୂଳରେ ଥିବା ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିବା ବେଳେ ଆସାଵଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ସୂଚନା । ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଆମପାଣି ପୋଲିସକୁ ସୂଚନା ଦେଇଥିଲେ l ଖବର ପାଇ ଆମପାଣି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି l ଦୁଇ ଚାଷୀଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି l