ଓଏସସିଏସଏଲର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

add-all

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ଗଞ୍ଜାମର ଛତ୍ରପୁରରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (ଓଏସସିଏସଏଲ)ର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀ (ସିସିଏସଓ)-କମ୍-ଜିଲ୍ଲା ପରିଚାଳକ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି।

ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ ଗାଡ଼ିରେ ବ୍ରହ୍ମପୁର ଯାଉଥିବା ସମୟରେ ଛତ୍ରପୁର ବିଜ୍ଞାନ କଲେଜ ନିକଟରେ NH-୧୬ ରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ଯାହାର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିନଥିଲେ।

ପରେ ଗାଡ଼ି ସହିତ ୩ ଲକ୍ଷ ନଗଦ ଜବତ କରାଯାଇଥିଲା। ଏହା ପରେ ଛତ୍ରପୁରରେ ତାଙ୍କ ଭଡ଼ା ଘର ଏବଂ ଅଫିସ ଚାମ୍ବର ଏବଂ ଭବାନୀପାଟଣା ବାସଭବନରେ ଏକକାଳୀନ ତଲାସି କରାଯାଇଥିଲା। ଭିଜିଲାନ୍ସ ଟିମ୍ ଚଢାଉ ସମୟରେ ଭବାନୀପାଟଣା ସହରରେ ୫୦୦୦ ବର୍ଗଫୁଟରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ଏକ ତିନି ମହଲା କୋଠା ଏବଂ ଏକ ପ୍ଲଟ୍ ଠାବ କରିଥିଲେ। ଯାହା ୨୦୨୩ ମସିହାରେ କିଣା ଯାଇଥିଲା। ୧୯ ଏକର ଜମିରେ ୧୦ଟି ପ୍ଲଟ୍, ଏକ ଚାରି ଚକିଆ ଗାଡ଼ି, ଦୁଇଟି ଦୁଇ ଚକିଆ ଗାଡ଼ି ଏବଂ ଜଣେ ସ୍ଥାନୀୟ ଚାଉଳ ମିଲରଙ୍କ ନାମରେ ପଞ୍ଜିକୃତ ଅନ୍ୟ ଏକ ଦୁଇ ଚକିଆ ଗାଡ଼ି ଜବତ ହୋଇଛି।

ତେବେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା 13(2) r/w 13(1)(b) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।

ad-week
Leave A Reply

Your email address will not be published.