ଚଳିତ ମାସ ପିଡିଏସରେ ମିଳିବ ଗହମ : ଖାଦ୍ୟ ଯୋଗାଣ ମନ୍ତ୍ରୀ

youtube

ଭୁବନେଶ୍ୱର : ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।  ସେହିପରି ବଳକା ଚାଉଳ ନେବ ଏଫସିଆଇ । ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ଏଥିରୁ ୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ହେବ। ରାଜ୍ୟରେ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକତା ରହିଛି । ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେଇଥାଏ। ଏଥର ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

Leave A Reply

Your email address will not be published.