
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଚିଲିମା ଛକ ଏନ ହେଚ ୫୯ କଡରେ ଥିବା ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ପୋଚିଲିମା ପକ୍ଷରୁ ସାଇ ସୂନ୍ଦର ଧାମ ପୋଚିଲିମା ଠାରେ ପବିତ୍ର ଗୁରୁ ପୁର୍ଣିମା ଉତ୍ସବ ପାଳନ ହୋଇ ଯାଇଛି l ସାଇ ସୂନ୍ଦର ଧାମ ପୋଚିଲିମା ର ଟ୍ରଷ୍ଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଗୁରୁ ପୂର୍ଣ୍ଣିମା କାର୍ଯକ୍ରମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ରୂପେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର, ହିଞ୍ଜିଳିକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠି, ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂରଜ ନାୟକ ବେହେରା , ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ଵତି ସେଠି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ବିଜେଡି ନେତା ଦେବାନନ୍ଦ ମହାପାତ୍ର, ବିଧାୟକ ଙ୍କ ପ୍ୟୈରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ରନାଥ ପ୍ରଧାନ,ଡି ବିଶ୍ଵନାଥ,ଏନ ରଘୁନାଥ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ପ୍ରତି ସାହୁ, ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା, ବିଦ୍ୟୁତ ବିଭାଗ ଅଧିକ୍ଷକ ଯନ୍ତ୍ରୀ,ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ, ମକରଝୋଳ ସମିତି ସଭ୍ୟ ମୋହନ ରାଓ, କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ, ବିଜେପି ନେତା ମାଧବ ଗୈାଡ, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଧାଂଶୁ ସାବତ, ବିଜେଡି ନେତା ସୁବାଷ ଚନ୍ଦ୍ର ଗୈାଡ,ରୋହିତ ବିଷୋୟୀ,ସଞ୍ଜୟ କୁମାର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ତଥା ହିଞ୍ଜିଳିକାଟୁ ପ୍ରେସ କ୍ଳବ୍ ସଭାପତି ଦିତୀକୃଷ୍ଣ ପଣ୍ଡା ସାଇ ସୂନ୍ଦର ଧାମ ପୋଚିଲିମା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକାର ୨୦୦ରୁ ଉର୍ଦ୍ଦୁ ଚାରା ରୋପଣ କରିଥିଲେ ଏବଂ ବୃକ୍ଷ ଗୁଡ଼ିକ ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ। ।ପିତା ମାତା, ଗୁରୁ , ଓ ଆମ ରାଷ୍ଟ୍ର ଏ ତିନି ଜଣ ଙ୍କୁ ଆଜି ପୂଜ୍ୟ ପୁଜା ଭାବେ ମନେ ପକେଇବା ଓ ପୁଜା କରିବା ଦିନ ଟିଏ ବୋଲି କହିଥିଲେ l ଗୁରୁ ଶ୍ରୀ ସାଇନାଥ ଙ୍କୁ ପୂଜାର୍ଚ୍ଚନା ସହ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର୍ଷଣ ପାଠୀ, ସମ୍ପାଦକ ଲୁଲୁ ମହାପାତ୍ରଙ୍କ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ସାଇ ମନ୍ଦିର ରେ ପୂଜାର୍ଚ୍ଚନା ସହ ବୈଦିକ ବିଶ୍ବ ଶାନ୍ତି ଯଜ୍ଞ ଅନୁଷ୍ଟିତ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ଶ୍ରୀ ସାଈ ପ୍ରଭୁଙ୍କ ପାଲିଙ୍କି ଯାତ୍ରା ଆରମ୍ଭ ହୋଇ ଶେଷରେ ୨ହଜାରରୁ ଉର୍ଦ୍ଦ ସାଇ ପ୍ରେମୀ ଯୋଗ ଦେଈ ପ୍ରସାଦ ସେବନ କରିଥିଲେ। ଲକ୍ଷ୍ମୀ ନୃସିଂହ ଭଜନ ସଂଘ ପକ୍ଷରୁ ଭଜନ ପରିବେଷଣ ହୋଇଥିଲା।