ଆସିକା ପୋଲିସ ଓ ଖଣିବିଭାଗ ନାକ ତଳେ ଚାଲିଛି ଚୋରା ବାଲି ଚାଲାଣ…

youtube

ଆସିକା ସୁନାମ୍ବ ସାହି ରାସ୍ତା ଦେଇ ପ୍ରତିଯୋଗିତା ଭାବେ ହେଉଛି ଚୋରା ବାଲି ଚାଲାଣ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ରେ ପ୍ରତିଯୋଗିତା ଭାବେ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ହେଉଛି। ସୁନାମ୍ବ ସାହି ବସ୍ତି ବାସିନ୍ଦା ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ରେ ଲାଗିଛି। ରାଜସ୍ୱ ବିଭାଗ ଓ ଖଣି ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଛୁଟ ମିଳିଥିବା ଯୋଗୁଁ ଟ୍ରାକ୍ଟର ରେ ଖୁଲାମ ଖୁଲା ଚୋରା ବାଲି ଚାଲାଣ ହେଉଛି। ପ୍ରଶାସନ କୁ ଚୋରା ବାଲି ଚାଲାଣ ସମ୍ପର୍କ ରେ ଖବର ଦେଲେ ପୂର୍ବ ସୂଚନା ଦେଇ ବାବୁ ମାନେ ଆସିବା ବେଳେ ବାଲି ମାଫିଆ ମାନେ ଛୁ ମାରୁଛନ୍ତି। ସୁନାମ୍ବ ସାହି ଦେଇ ସୁବନେଶ୍ୱର ମନ୍ଦିର ନିକଟରେ ଥିବା ଋଷିକୂଲ୍ୟା ନଦୀରୁ ଭୋର ୪ ଟାରୁ ଦିନ ୮ ଘଣ୍ଟା ପର୍ଯ୍ୟନ୍ତ ବେଧଡ଼କ ପ୍ରତିଯୋଗିତା ଭାବେ ଲୁଟ ହେଉଛି। ଜଳସମ୍ପଦ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ ନଦୀ ବନ୍ଧ ନିର୍ମାଣ କରୁଥିବା ବେଳେ ବାଲି ମାଫିଆ ମାନେ ଉକ୍ତ ନଦୀବନ୍ଧ କୁ କାଟି ବାଲି ଉତ୍ତୋଳନ କରୁଛନ୍ତି। ନଦୀରେ ବର୍ଷା ଜଳ ଆସିଲେ ନଦୀ ବନ୍ଧ କଟା ଯାଇଥିବା ରାସ୍ତା ଦେଇ ସହର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିବା ର ସମ୍ଭାବନା ରହିଛି। ଆସିକା ତାଲୁକା ରୋଡ଼ରେ ବିଭାଗୀୟ ବାବୁ ମାନଙ୍କ କାର୍ଯ୍ୟାଳୟ ଥିଲେବି ମାଫିଆ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲି ମାଫିଆ ମାନଙ୍କ ପାଇଁ ଆସିକା ଅଞ୍ଚଳରେ କୁତ୍ରିମ ବନ୍ୟା ହେବାର ସମ୍ଭାବନା ଉଙ୍କି ମାରୁଛି l ଆସିକା ବାଲିମାଫିଆ ମାନେ ପୋଲିସ ଓ ପ୍ରଶାସନ ର ଗେଲ୍ହା ପୁଅ ତେଣୁ ମାଫିଆ ମାନଙ୍କ ବିରୋଧ ରେ ସ୍ୱର ଉଠାଇବା କିମ୍ବା ଅଭିଯୋଗ କରିବାକୁ ସାଧାରଣ ରେ ଭୟର ବାତାବରଣ ଦେଖା ଯାଉଛି l ପୋଲିସ ପ୍ରଶାସନ, ଖଣିବିଭାଗ, ଏବଂ ତହସିଲଦାର ଙ୍କ ଜ୍ଞାତ ସାରରେ ଏପରି ବାଲି ଚାଲାଣ ଚାଲୁଛି ଏବଂ ସ୍ଥାନୀୟ ବିଧାୟକ ଙ୍କ ଆଶ୍ରିବାଦ ଏହି ମାଫିଆ ମାନଙ୍କ ଉପରେ ରହିଛି ତେଣୁ ପ୍ରଶାସନ ମଧ୍ୟ୍ୟ ଏହାର ଲାଭ ପାଉଛି l ତେଣୁ ରାଜ୍ୟ ସରକାର ଙ୍କ ଇଡି କିମ୍ବା ସି ବି ଆଇ ଙ୍କ ମାଧ୍ୟମରେ ଯଦି ଚଢ଼ାଉ ହୁଏ ତେବେ ଅନେକଙ୍କ ଅସଲ ମୁଖା ପଦାକୁ ଆସିବ ବୋଲି ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.