ଜିଲ୍ଲାସୀମାନ୍ତରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୋଲିସ ସମ୍ମୁଖରେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ୧୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିମଧ୍ୟରୁ ୯ ଜଣ ମାଓବାଦୀଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହି ମାଓବାଦୀ ମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ। ତେବେ ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ସଙ୍ଗଠନର ବଡ ନେତା ମାନଙ୍କ ମୃତ୍ୟୁ ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି।

ଏହା ସହ ପୋଲିସ ପକ୍ଷରୁ ଘନ ଘନ ତଲାସି ଅଭିଯାନ ଯୋଗୁଁ ମାଓବାଦୀ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରୁଥିବାରୁ ଏହି ୧୨ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୫ ଜଣ ନକ୍ସଲ ହିଂସାର ପଥ ଛାଡି ପୁନର୍ବାସିତ ହୋଇଛନ୍ତି, ଯେଉଁଥିରେ ୨୦୫ ଜଣ ପୁରସ୍କୃତ ନକ୍ସଲ ମଧ୍ୟ ସାମିଲ ଅଛନ୍ତି।

ad-week
Leave A Reply

Your email address will not be published.