
ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନିକଟରେ ଅହମ୍ମଦାବାଦରେ ଏକ ବ୍ରିଜ ଅଚାନକ ଭୁଶୁଡି ପଡିବାରୁ ଅନେକ ଲୋକଙ୍କ ଜୀବନ ଯାଇଥିଲା । ତେବେ ବେଆଇନ ବାଲି ଚାଲାଣ ପାଇଁ ଏହି ବ୍ରିଜର ଅବସ୍ଥା ଏମିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏ ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିବାରୁ ଏହି ଅବସ୍ଥା ହୋଇଛି । ତେଣୁ ତୁରନ୍ତ ବ୍ରିଜ ମରାମତି ଖୁବ କମ ଦିନରେ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।