
ଭୁବନେଶ୍ବର: ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ( ଅଗଷ୍ଟ ୯ ତାରିଖ)ରେ ୩ୟ କିସ୍ତି ଟଙ୍କା ମିଳିବ।
ଅଗଷ୍ଟ ୯ ତାରିଖ ୧୫ ହଜାର ଟଙ୍କା ଖାତାକୁ ଆସିବ । କେବଳ ଯୋଗ୍ୟ ହିତାଧିକାରୀ ଏହି କିସ୍ତି ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ସରକାର ନାଁ କାଟିଦେବେ ।
ସୂଚନାଥାଉକି, ମାର୍ଚ୍ଚ ୮ ତାରିଖରେ ୨ୟ କିସ୍ତି ଟଙ୍କା ମହିଳାଙ୍କ ଖାତାକୁ ଆସିଥିଲା। ଏବେ ରାଖୀ ପୂର୍ଣ୍ଣିମାରେ ୩ୟ କିସ୍ତି ଖାତାକୁ ଆସିବ ।