ଆନନ୍ଦମାର୍ଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ଶିବିର ଓ ସହରପରିକ୍ରମା

add-all

ବ୍ରହ୍ମପୁର :_ ସ୍ଥାନୀୟ ପ୍ରଚାରକ ସଙ୍ଘ ପକ୍ଷରୁ ବୈକୁଣ୍ଠ ନଗର ସ୍ଥିତ ସାଇ ଚନ୍ଦନ ସେବା ସଦନ ପରିସରରେ ତ୍ରିଦିବସୀୟ ରାଜ୍ୟ ସ୍ତରୀୟ ଯୋଗ ଶିକ୍ଷା ଶିବିର ସହ ।ଆଜିର ଦ୍ବିତୀୟ ଦିବସରେ ମୁଖ୍ୟ କେନ୍ଦ୍ରୀୟ ପ୍ରଶିକ୍ଷକ ଭାବେ ଆନ୍ତର୍ଜାତୀୟ ଯୋଗ ପ୍ରଶିକ୍ଷକ ଆଚାର୍ଯ୍ୟ ପ୍ରିୟତୋଷାନନ୍ଦ ଅବଧୂତ ଯୋଗଦେଇ ଶିବିରାର୍ଥୀଙ୍କୁ ଯୋଗ ଶିକ୍ଷାଦାନ ସହ ଏହାର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ପ୍ରକାଶ ଯୋଗ୍ୟ ଯେ ,ବିଶ୍ବରେ 160 ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣକର୍ତ୍ତା ସେବା କାର୍ଯ୍ୟ, ଯୋଗସାଧନା, ମୂଲ୍ୟବୋଧ ଭିତ୍ତିକ, ନୈତିକ ଶିକ୍ଷା, ବିକଳ୍ପ ସାମାଜିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ ଦେଇ ଆସିଛି । ଏଥିରେ ପ୍ରଶିକ୍ଷକ ଗୋପାଳ ନନ୍ଦ, ରିଜିଅନାଲ ସେକ୍ରେଟାରୀ, ଆଂଚଳିକ ସଂପାଦକ ,ଗଞାମ ଆଚାର୍ଯ୍ୟ ଜୟଶିବାନନ୍ଦ,ପୂର୍ବାଞ୍ଚଳ ସଂପାଦକ ବ୍ରଜଗଗୋପାଳ ନନ୍ଦ ଓଡିଶା ର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ରାୟଗଡା, ବଲାଙ୍ଗୀର, ଗଜପତି,କଟକ, ଭଦ୍ରକ, ପୁରୀ,ନୟାଗଡ଼, ଖୋରଧା,କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି ଜିଲ୍ଲାର ପ୍ରତିନିଧି ପ୍ରମୂଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆଜି ପ୍ରାତଃ କାଳରେ ପଞ୍ଚଜନ୍ୟ, ପ୍ରଭାତ ଫେରୀ, ଅଷ୍ଟାଙ୍ଗ ଯୋଗ, ଈଶ୍ୱର ପ୍ରଣିଧାନ, ସ୍ୱାଧ୍ୟାୟ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାମାଜିକ -ଆଧ୍ୟାତ୍ମିକ- ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ସକାରାତ୍ମକ ଦିଗ ଉପରେ ଆଲୋଚନା ହୋଇଥିଲା ।

ଅପରାହ୍ନରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଉତ୍କଳ ସମାଜର ସେକ୍ରେଟାରୀ ସରୋଜ ପଟ୍ଟନାୟକ, ବ୍ରହ୍ମପୁର ଡାୟୋସିସ ସେକ୍ରେଟାରୀ ଆଚାର୍ଯ୍ୟ ଜୟଶିବାନନ୍ଦ ଅବଧୂତ, କୁଶ ବେହେରା, ଉମା ବିଶୋଇ, ସୁଶାନ୍ତ ଭୂୟାଁ, ଭୁବନେଶ୍ୱର ଆନନ୍ଦ ମାର୍ଗ ସ୍କୁଲ ପ୍ରିନ୍ସିପାଲ ଆଚାର୍ଯ୍ୟ ପ୍ରଭଦ୍ରାନନ୍ଦ, ଆନନ୍ଦ ମାର୍ଗ ସ୍କୁଲ ପ୍ରିନ୍ସିପାଲ ଆଚାର୍ଯ୍ୟ କୃଷ୍ଣସୁନ୍ଦର ଆନନ୍ଦ, ଦିଲୀପ କୁମାର ପଣ୍ଡା, ଦିବ୍ୟ ସୁନ୍ଦର ଗଡ଼ନାୟକ, ଶରତ ଚନ୍ଦ୍ର ସେଠ, ଆଚାର୍ଯ୍ୟା ଲିନା ଅବଧୂତିକା, ପଦ୍ମା ଦେବୀ ପ୍ରମୁଖ ପରିଚାଳନା କରିବା ରେ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.