ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ପ୍ରଯୁକ୍ତିବିଦ୍ୟା ଆଧାରିତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପ୍ରଯୁକ୍ତିବିଦ୍ୟା ଆଧାରିତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଣପତି ସାବତ ଫାଉଣ୍ଡେସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ବିଭାଗୀୟ ଅଧ୍ୟାପକ ଡ. ବିଭୂତି ପ୍ରସାଦ ବାରିକ l ମଂଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ବିଭାଗ ମୁଖ୍ୟ ଡ. ସୁଶୀଲ କୁମାର ରାଠୋର l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଣପତି ସାବତ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ବୈଜ୍ଞାନିକ ଡ. ବି. ସି. ସାବତ ସାମ୍ପ୍ରତିକ ସମୟରେ ଉଦ୍ୟମିତା ବିକାଶ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥି ଭାବରେ ଡ. ଭି. ଭି. ରାମାରାଓ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଡ. ଏସ. ପି. ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ଶ୍ରୀ ପ୍ରିୟାଂଶୁ ପଟ୍ଟନାୟକ, ଇଲେଟ କ୍ରଞ୍ଚିଜ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିନାକ୍ଷୀ ଦାଶ ପ୍ରମୁଖ ଯୋଗଦେଇ ଉଦ୍ୟମିତା ବିକାଶରେ ପ୍ରଯୁକ୍ତି କୌଶଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଏବଂ ବିଶ୍ୱବିଦ୍ୟାଳୟ କୁଳସଚିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଯୋଗ ଦେଇ ଏ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଶେଷରେ ମିସ କରୁଣାଲତା ଧନ୍ୟବାଦ ଅର୍ପଣ କରିଥିଲେ l ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.