ଏକ୍ସ ସିଆରସିସି ତୁଲାଉଛନ୍ତି ବିଏଲଓ ସୁପର ଭାଇଜର ଦାଇତ୍ଵ ବାଧା ପ୍ରାପ୍ତ ହେଉଛି ଦୂରଦୂରାନ୍ତର ସ୍କୁଲରେ ଶିକ୍ଷାଦାନ

youtube

ମାଲକାନଗିରି : ଶିକ୍ଷକମାନଙ୍କୁ ଶିକ୍ଷା ଦାନ ସହ ବିଭିନ୍ନ ଦାୟିତ୍ଵ ଦିଆଯାଉଥିବା ବେଳେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ଭଳି ଗୁରୁତ୍ଵପୂର୍ଣ ଦାୟିତ୍ଵରେ ମଧ୍ୟ ଅନେକ ଶିକ୍ଷକମାନଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଥାଏ । ଏପରିକି ଅନେକ ସ୍ଥାନରେ ଶିକ୍ଷକମାନଙ୍କୁ ବୁଥ ଲେବଲ ଅଫିସର ଭାବେ ଦାୟିତ୍ଵ ଦିଆଯାଉଥିବା ବେଳେ ଯେଉଁ ଅଞ୍ଚଳରେ ଶିକ୍ଷକ କାର୍ଯ୍ୟ କରନ୍ତି ସେମାନଙ୍କୁ ସେହି ସ୍ଥାନୀୟ ଅଞ୍ଚଳ କିମ୍ବା ଆଖପାଖ ଅଞ୍ଚଳରେ ଏହି ଦାୟିତ୍ଵ ଦିଆଯାଇଥାଏ। ଫଳରେ ଶିକ୍ଷକ ଜଣଙ୍କ ନିଜର ଶିକ୍ଷାଦାନ ସହ ଅତିରିକ୍ତ ଦାୟିତ୍ଵକୁ ମଧ୍ୟ ସଠିକ ଭାବେ ତୁଲାଇବାରେ ସକ୍ଷମ ହୋଇଥାନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ ଏହି ବୁଥ ଲେବଲ ବିଏଲଓ ସୁପର ଭାଇଜର ଦାୟିତ୍ଵରେ ଥିବା ଶିକ୍ଷକ ମାନକ ଅନ୍ୟତ୍ର ବଦଳି ସତ୍ବେ ସେମାନଙ୍କର ଏହି ଅତିରିକ୍ତ ଦାୟିତ୍ଵ ବଦଳି ନଥିବାରୁ ଉଭୟ ଦାୟିତ୍ଵକୁ ସୂଚାରୁ ରୂପେ ପରିଚାଳନା କରିବା ସମ୍ଭବପର ହେଉ ନଥିବା ଦେଖିବାକୁ ମିଳିଛି।

ମାଲକାନଗିରି ବ୍ଲକରେ ଗତ ଅକ୍ଟୋବର ୨୪ରୁ କିଛି ସିଆରସିସି ବଦଳି ହୋଇ ନିଜ ନିଜ ସ୍କୁଲରେ ,ଏପରି କି ଅନ୍ୟ ବ୍ଲକର ସ୍କୁଲ ରେ ଶିକ୍ଷକ ରୂପେ ବଦଳି ହେଇ ସରିବା ପରେ ମଧ୍ୟ ଆଜି ସୁଦ୍ଧା ମାଲକାନଗିରି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏକ୍ସ ସିଆରସିସି ତୁଲାଉଛନ୍ତି ବିଏଲଓ ସୁପର ଭାଇଜର ରୂପେ କାମ କରିଆସୁଛନ୍ତି। । ପୂର୍ବରୁ ସେମାନେ ଏହି ଦାଇତ୍ଵରେ ରହିଥିବା ବେଳେ ବର୍ତ୍ତମାନ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ଏହି ଦାଇତ୍ଵ ଛାଡୁନଥିବା ଦେଖିବାକୁ ମିଳିଛି। ମାଲକାନଗିରିରେ ଗତ ବର୍ଷ ଅକ୍ଟୋବର ମାସରେ ସିଆରସିସି ଭାବେ କାର୍ଯ୍ୟ କରୁଥିବା ଶିକ୍ଷକ ମାନଙ୍କୁ ବିଭିନ୍ନ ବ୍ଲକକୁ ଶିକ୍ଷକ ଭାବେ ବଦଳି କରଯାଇଥିଲା। ତେବେ ପୂର୍ବରୁ ସିଆରସିସି ଭାବେ ଦାଇତ୍ଵ ତୁଲାଇବା ବେଳେ ମାଲକାନଗିରି ବ୍ଲକର ଅନେକ ସ୍ଥାନରେ ଏହି ଏକ୍ସ ସିଆରସିସି ମାନଙ୍କୁ ବିଏଲଓ ସୁପର ଭାଇଜର ଦିଆତ୍ଵ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ କିନ୍ତୁ ସେମାନେ ବଦଳି ପ୍ରାୟ ୯ ମାସ ସମୟ ହୋଇଥିଲେ ହେଁ ନିଜର ସୁପର ଭାଇଜର ଦାଇତ୍ଵ ଛାଡି ନାହାନ୍ତି। ଫଳରେ ଦୂର ଦୁରାନ୍ତରେ ସ୍କୁଲଗୁଡିକରେ ଶିକ୍ଷା ଦାନ ଦାଇତ୍ଵ ଛାଡି ସୁପର ଭାଇଜର ଦାଇତ୍ଵ କରିବା ନାମରେ ଜିଲ୍ଲା ସଦର ବ୍ଲକରେ ଆସି ଏକାଧିକ ଦିନ ରହୁଥିବା ଅଭିଯୋଗ ହେଉଛି। ଏପରି କି ଅନ୍ୟ ବ୍ଲକର ବିଦ୍ୟାଳୟରେ ଶିକ୍ଷକ ରୂପେ ବଦଳି ହେଇ ସରିବା ପରେ ମଧ୍ୟ ଆଜି ସୁଦ୍ଧା ମାଲକାନଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ସୁପର ଭାଇଜର ରୂପେ କାମ କରିଆସୁଥିବା ଯୋଗୁଁ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ମଧ୍ୟ ବାଧା ଉପୁଜୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ଜିଲ୍ଲା ସଦର କିମ୍ବା ଏହା ଆଖପାଖ ଅଞ୍ଚଳରେ ରହୁଥିବା ଶିକ୍ଷକ ମାନେ ଦୂର ଦୁରାନ୍ତକୁ ବଦଳି ପରେ ମଧ୍ୟ ଏହି ସୁପର ଭାଇଜର ଆଳରେ ନିଜ ବିଦ୍ୟାଳୟକୁ ସଠିକ ଭାବେ ନଯାଇ ସୁପର ଭାଇଜର ଦାଇତ୍ଵ ନିଭାଉଥିବା ଦର୍ଶାଇ ରହି ଯାଉଥିବା ସୂଚନା ମିଳିଛି। ତେବେ ନିୟମ ମୁତାବକ ପଞ୍ଚାୟତର ନବ ନିଯୁକ୍ତ ସିଆରସିସି କିମ୍ବା ଯୋଗ୍ୟ ସିନିୟର୍ ଶିକ୍ଷକ ସେହି ସ୍ଥାନୀୟ ପଞ୍ଚାୟତରେ ସୁପର ଭାଇଜର ରୂପେ କାମ କରିବା କଥା, କିନ୍ତୁ ମାଲକାନଗିରିରେ ପ୍ରଶାସନର ନିର୍ଦେଶ ପାଳନରେ ବ୍ୟତିକ୍ରମ ହେଉଥିବା ସୂଚନା ମିଳିଛି। ଏ ବାବଦରେ ତୁରନ୍ତ ତଦନ୍ତ କରି ଦୂର ଦୁରାନ୍ତର ଶିକ୍ଷକ ମାନଙ୍କୁ ସୁପର ଭାଇଜର ଦାଇତ୍ଵରୁ ମୁକ୍ତ କରିବା ଏବଂ ଘଟଣା ପଛରେ ଥିବା ଷଡଯନ୍ତ୍ର ବାବଦରେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏହାକୁ ନେଇ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗଯୋଗ କରିବାରୁ ସେ ଘଟଣା ବିଷୟରେ ଜାଣିବା ପରେ ଏପରି ହେବା କଥା ନୁହେ ବୋଲି କହିବା ସହ ଘଟଣାକୁ ନେଇ ତଦନ୍ତ କରି ପଦକ୍ଷେପ ନେବ।କୁ ମତ ରଖିଛନ୍ତି ।

Leave A Reply

Your email address will not be published.