
ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ରୋଜଗାର ମେଳାରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ଜୁଏଲ ଓରାମ । ଏହି ଅବସରରେ ଜୁଏଲ କହିଥିଲେ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବ ପିଢ଼ିକୁ ବାଟ ଛାଡ଼ିବି ।
ସୂଚନା ଅନୁସାରେ ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ସେହିପରି ରାହୁଲ ଗାନ୍ଧିଙ୍କ ବକ୍ତବ୍ୟଙ୍କୁ କଡା ନିନ୍ଦା କରିଛନ୍ତି ଜୁଏଲ ।