ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ, ବିପୁଳ ବିସ୍ଫୋରକ ଜବତ

youtube

ରାଉରକେଲା : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସିଆରପିଏଫ ୨୦୯ ବାଟାଲିଅନର କୋବ୍ରା ବାହିନୀ ଚାଇବାସା ପୋଲିସ । ଜଙ୍ଗଲ ଭିତରେ ୫ ବଙ୍କର ଠାବ ହୋଇଥିଲା ।  ଏଥିରୁ ବହୁ ପରିମାଣର ବିସ୍ଫୋରକ ଓ ବୋମା ତିଆରି ସାମଗ୍ରୀ ମିଳିଛି ।  ବଙ୍କର ଭିତରେ ଇଲେକଟ୍ରୋନିକ ଡେଟୋନେଟର, ଓ୍ବାକିଟକି ସେଟ୍, ସେଫ୍ଟି ଫ୍ୟୁଜ, ଏରୋ ବମ ଆସେମ୍ଲି, ବିଦ୍ୟୁତ ତାର, ଆମୋନିୟମ ପାଉଚ ଓ ୟୁନିଫର୍ମ ଡ୍ରେସ୍ ମିଳିଛି ।  ଡେଟୋନେଟରଗୁଡ଼ିକୁ ବୋମା ନିଷ୍କ୍ରିୟ କରାଯାଇଥିବା ବେଳେ ବଙ୍କର ଗୁଡ଼ିକୁ ସୁରକ୍ଷା ବାହିନୀ ଧ୍ବଂସ କରିଛନ୍ତି ।

Leave A Reply

Your email address will not be published.