ଓଡ଼ିଶା ଆସୁଛନ୍ତି ମହାମହିମ; କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି

youtube

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ୧୪ ତାରିଖ ଅପରାହ୍ନରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି କମିଶରନରେଟ୍‌ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ୍ କରାଯିବ । ଏନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ।

୮ ଜଣ ଡିସିପି ରାଙ୍କ ଅଫିସର ନିୟୋଜିତ, ୧୧ ଜଣ ଅତିରିକ୍ତ ଡିସିପି, ୩୧ ଜଣ ଏସିପି ରାଙ୍କ ଅଫିସର, ୪୪ ଇନ୍ସପେକ୍ଟର ନିୟୋଜିତ, ୧୮୦ ଜଣ ସବ ଇନ୍ସପେକ୍ଟର ନିୟୋଜିତ ହେବେ । ଆସନ୍ତା ୧୪ରେ AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସେନେଇ ଏମ୍ସ ଭୁବନେଶ୍ୱର ସମେତ ରାଜଭବନ ଓ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ନାକା ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ ରହିବେ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି ।
୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.