ଡ୍ରାଇଭର ସଂଘରେ ଫାଟ; ମୁହଁ ଖୋଲିଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି

youtube

ଭୁବନେଶ୍ୱର: ଡ୍ରାଇଭର୍ ସଂଘରେ ଫାଟ ନେଇ ସଂଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି ବୋଲି ସେ କହିଛନ୍ତି । ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ ବୋଲି କହିଲେ ପ୍ରଶ୍ରାନ୍ତ ।

ସେ ଆହୁରି କହିଛନ୍ତି ଯେଉଁ ଭାଇମାନେ ଗାଡ଼ି ଚଲାଇବେ ଆଗକୁ ସମସ୍ତଙ୍କ ଫଟୋ ଉଠାଯିବ । ଯେଉଁମାନେ ସଂଘକୁ ଟଙ୍କା ଦେଇଛନ୍ତି ସେସବୁକୁ ଫେରେଇ ଦେବୁ ହେଲେ ସେମାନଙ୍କୁ ଆଉ ସଦସ୍ୟ ଭାବେ ରଖିବୁ ନାହିଁ । ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ । ଏକ୍‌ ରହେଙ୍ଗେ ତୋ ସବ୍‌ ସେଫ୍‌ ରହେଙ୍ଗେ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।

ସୂଚନାଯୋଗ୍ୟ, ଓଡ଼ିଶା ଡ୍ରାଇଭର ମହାସଂଘ ଗତ କିଛି ଦିନ ହେବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି, ଯେଉଁଥିରେ ୭ ଦଫା ଦାବି ନେଇ ସରକାରଙ୍କ ଉପରେ ଚାପ ପକାଯାଇଛି । ମହାସଂଘର ଅଭିଯୋଗ, ଗତ ୫ ବର୍ଷ ଧରି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବହୁ ସ୍ଥାନରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେଉଛି ।

Leave A Reply

Your email address will not be published.