
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଉଛି ବାଘ ସଂଖ୍ୟା। ପୁଣି ୩ ଟି ଛୁଆ ଜନ୍ମ ଦେଇଛି କଳା ବାଘୁଣୀ T20। କ୍ୟାମେରା ଟ୍ରାପରେ କଏଦ ହେଲା ଚିତ୍ର। ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ ବୋଲି ପୂର୍ବରୁ NTCA ଘୋଷଣା କରିସାରିଛି । ବ୍ୟାଘ୍ର ସଂଖ୍ୟା ବୃଦ୍ଧି ସହ ଜେନିଟିକ୍ ଡାଇଭର୍ସନ ରୋକିବା ପାଇଁ ମହାରାଷ୍ଟ୍ର ତଡଭା ସଂରକ୍ଷିତ ଜଙ୍ଗଲରୁ ୨ ଟି ବାଘୁଣୀ ଜିନ୍ନତ୍ ଓ ଯମୁନା ଅଣା ଯାଇଥିଲା । ଜିନ୍ନତ୍ ଏବେ ଗର୍ଭବତୀ ଥିବା ଜଣା ପଡିଛି।