ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ, ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଓମେନ୍ସ ୱିଙ୍ଗ

ବାଲେଶ୍ବର : ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମହିଳା କମିସନ । ଏହି ଘଟଣାକୁ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ବିଜୟା ରାହତକର ଘୋର ନିନ୍ଦା କରିଛନ୍ତି । ନିରପେକ୍ଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୀଡ଼ିତାଙ୍କୁ ସମସ୍ତ ଡାକ୍ତରୀ ଖର୍ଚ୍ଚ ମାଗଣାରେ ଯୋଗାଇ ଦିଆଯାଉ । ତାଙ୍କୁ ମାନସିକସ୍ଥିତିକୁ ଦୃଢ କରିବାକୁ ସମସ୍ତ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତିନି ଦିନ ମଧ୍ୟରେ କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିସନ । ଦୃଢ କାର୍ଯ୍ୟାନୁଷ୍ଠାନ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ।
ଫକୀର ମୋହନ କଲେଜ୍ ରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଓମେନ୍ସ ୱିଙ୍ଗ । କ୍ରାଇମ୍ ବ୍ରାଞ୍ଚର ୨ ଜଣିଆ ଟିମ୍ ଆସି ପହଞ୍ଚିଲେ । ଟିମ୍ ରେ ରହିଛନ୍ତି ଜଣେ ଅତିରିକ୍ତ ଏସପିଓ ଜଣେ ଡିଏସପି । ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଟିମ୍ ସଦସ୍ୟ । ବର୍ତ୍ତମାନ କଲେଜ୍ ରେ ପହଞ୍ଚିବା ପରେ ପ୍ରିନ୍ସିପାଲ୍ ଙ୍କ ସହ ଚାଲିଛି ଆଲୋଚନା । ପରବର୍ତ୍ତୀ ସମୟରେ ଆଇଆଇସି ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି ।