ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ

youtube

ଆଉ ନାହାନ୍ତି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ରବିବାର ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ତାଙ୍କ ବାସଭବନରେ ୮୩ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ କୋଟା ଶ୍ରୀନିବାସ। ଏହି ଖରବ ପ୍ରଚାର ହେବାପରେ ସମ୍ପୂର୍ଣ୍ଣ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ‘ଏକ୍ସ’ ଜରିଆରେ ଅଭିନେତାଙ୍କ ପରିବାର ପ୍ରତି ସମବେଦନା ଜଣାଇବାସହ ଏହା ସିନେ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡୁ। ଏହା ବ୍ୟତୀତ ଅନେକ ରାଜନେତା ଓ କଳାକାର କୋଟା ଶ୍ରୀନିବାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

କୋଟା ଶ୍ରୀନିବାସ ରାଓ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ଜଣେ ବଡ଼ ତଥା ଲୋକପ୍ରିୟ ନାଁ ଥିଲେ। ପ୍ରାୟ ୪୦ ବର୍ଷର ତାଙ୍କ ଅଭିନୟ କ୍ୟାରିୟରରେ ସେ ୭୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ କାମ କରିଛନ୍ତି। ବଳିଷ୍ଠ ଅଭିନୟ ପାଇଁ ସେ ୯ ଥର ନନ୍ଦି ଆଓ୍ବାର୍ଡ଼ରେ ସମ୍ମାନିତ ହୋଇଛନ୍ତି। ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଅଭିନେତା। ସେ ତେଲୁଗୁ ବ୍ୟତୀତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଆଦି ଏକାଧିକ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ପୂର୍ବ ବିଜୟଓ୍ବାଡ଼ା ବିଧାୟକ ଥିଲେ।

Leave A Reply

Your email address will not be published.