RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ

youtube

ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍‌ ଡିଜି ପଦରେ ରହିବେ। ସୋନାଲି ମିଶ୍ରା ମନୋଜ ଯାଦବଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ। ମନେଜା ଯାଦବ ଜୁଲାଇ ୩୧ରେ ଅବସର ନେବାକୁ ଯାଉଛନ୍ତି। ଏବେ ସେ ରେଲଓ୍ବେ ସୁରକ୍ଷା ସହ ଜଡ଼ିତ ସବୁ ବଡ଼ ନିଷ୍ପତ୍ତି ନେବେ। 

ସୋନାଲି ମିଶ୍ରା କିଏ ?

ସୋନାଲି ମିଶ୍ରା ମଧ୍ୟ ପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ। ୨୦୨୧ ଜୁଲାଇରେ ପଞ୍ଜାବରେ ଭାରତ- ପାକିସ୍ତାନ ସୀମାରେ ବିଏସଏଫ ଗଠନର ନେତୃତ୍ବ କରିବାରେ ପ୍ରଥମ ମହିଳା କମାଣ୍ଡର ନିଯୁକ୍ତ କରାଯାଇଥିଲା। ସୋନାଲି ମିଶ୍ରା କାଶ୍ମୀର ଘାଟିରେ ଇନ୍ସପେକ୍ଟର ଜେନେରାଲ (IG) ଭାବରେ ମଧ୍ୟ ନେତୃତ୍ବ କରିଛନ୍ତି। ଏହା ବ୍ୟତୀତ ସେ ବିଏସଏଫ୍‌ର ଗୁଇନ୍ଦା ବିଭାଗର ମଧ୍ୟ ନେତୃତ୍ବ ନେଇଛନ୍ତି। ସେ BSFରେ ADG ଭାବରେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ସେ ମଧ୍ୟପ୍ରଦେଶ ପୋଲିସରେ ଅତିରିକ୍ତ ମହାନିର୍ଦ୍ଦେଶକ (ଚୟନ) ପଦରେ ଅଛନ୍ତି।

ସୋନାଲିଙ୍କୁ PPMDS (ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ) ଏବଂ PMMS (ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ)ରେ ସମ୍ମାନିକ କରାଯାଇଛି। ତାଙ୍କୁ ପୂର୍ବରୁ ଅନେକ ମହତ୍ବପୂର୍ଣ୍ଣ ପଦରେ କାମ କରିବାର ଅନୁଭବ ରହିଛି। ସେ ବିଏସଏଫ୍ରେ ମଧ୍ୟ ବଡ଼ ପଦରେ କାମ କରିଛନ୍ତି। ତାଙ୍କୁ ବୀରତ୍ବ ଏବଂ ଭଲ ସେବା ପାଇଁ ଅନେକ ପଦକ ମିଳିସାରିଛି। ଏଥିରୁ ଜଣାପଡ଼ୁଛି ସେ ଜଣେ ଖୁବ୍ ଦକ୍ଷ ଏବଂ ଅନୁଭବୀ ଅଧିକାରୀ।

ସୂଚନାଥାଉକି, ଆରପିଏଫ୍‌ ରେଲଓ୍ବେ ସମ୍ପତ୍ତି ଏବଂ ଯାତ୍ରୀଙ୍କ ସୁରକ୍ଷାର ଦାୟିତ୍ବ ନେଇଥାଏ। ଆରପିଏଫ୍‌ ୧୯୫୭ରେ ସଂସଦର ଏକ ଆକ୍ଟ ଦ୍ବାରା କରାଯାଇଥିଲା। ୧୯୬୬ରେ ଏହି ଆରପିଏଫକୁ ରେଲଓ୍ବେ ସମ୍ପତ୍ତିର ଅବୈଧ ମାଲିକାନାରେ ସାମିଲ ଅପରାଧିଙ୍କୁ ପଚରାଉଚରା, ସେମାନଙ୍କୁ ଗିରଫ କରିବା ଏବଂ ତାଙ୍କ ଉପରେ ମୋକଦ୍ଦମା ଚଳାଇବାର ଅଧିକାର ମିଳିଛି।

Leave A Reply

Your email address will not be published.