ରାଧିକାଙ୍କ ମୃତ୍ୟୁପରେ ଲଭ୍ ଜିହାଦକୁ ନେଇ ପ୍ରିୟ ସାଙ୍ଗଙ୍କ ପ୍ରତିକ୍ରିୟା

add-all

ନୂଆଦିଲ୍ଲୀ: ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁରୁଗ୍ରାମରେ ଘର ଭିତରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ପରେ ଦୀପକଙ୍କୁ ପୁଲିସ ଗିରଫ କରିଥିଲା। କୋର୍ଟ ଦୀପକଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।
ରାଧିକା ଯାଦବଙ୍କ ସବୁଠାରୁ ଭଲ ବନ୍ଧୁ ହିମାଂଶିକା ସିଂହଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ହିମାଂଶିକା କହିଛନ୍ତି, “ମୁଁ ଆପଣଙ୍କୁ ରାଧିକା ଯାଦବଙ୍କ ବିଷୟରେ କହିବାକୁ ଯାଉଛି। ରାଧିକା ମୋର ସବୁଠାରୁ ଭଲ ବନ୍ଧୁ ଥିଲେ। ଆମେ ଗତ ୮/୧୦ ବର୍ଷ ଧରି ବହୁତ ନିକଟତର ଥିଲୁ । ଦୁର୍ଭାଗ୍ୟବଶତଃ ମୁଁ ତାଙ୍କୁ ହରାଇ ଦେଇଛି।।
ମୁଁ ଭାବି ନଥିଲି ଯେ ମୁଁ ଏତେ ଶୀଘ୍ର ଏହି ବିଷୟରେ କଥା ହୋଇପାରିବି, କିନ୍ତୁ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ବାକି ନାହିଁ। ରାଧିକା ମ୍ୟୁଜିକ୍ ଭିଡିଓ କରିବା ଘଟଣାକୁ ନେଇ ତାଙ୍କ ବାପା ଅସନ୍ତୋଷ ଥିଲେ। ଏହି ଭିଡିଓ ସେ ଦେଢ଼ ବର୍ଷ ପୂର୍ବରୁ ସୁଟ୍ କରିଥିଲେ। ରାଧିକା ଯାଦବଙ୍କ ବାପା ଓ ମା ସବୁବେଳେ ସମାଜର ଚାପରେ ରହୁଥିଲେ। କିଏ କ’ଣ କହୁଛି ସେ ବିଷୟରେ ସେମାନେ ଅଧିକମାତ୍ର‌ାରେ ପ୍ରଭାବିତ ହୋଇଯାଉଥିଲେ। ଦୀପକ ଅଙ୍କଲ ସବୁବେଳେ ରାଧିକାଙ୍କ ଉପରେ ଚାପ ପକାଉଥିଲେ ସ୍ବାଧୀନ ଭାବେ ବଞ୍ଚିବାକୁ ଦେଉ ନଥିଲେ।
ରାଧିକା ଓ ମୁଁ ୨୦୧୨-୧୩ରେ ଏକାଠି ଖେଳିବା ଆରମ୍ଭ କରିଥିଲୁ। ଖେଳିବା ପାଇଁ ଆମେ ଦୁହେଁ ଏକାଠି ଅନେକ ସ୍ଥାନକୁ ଯାତ୍ରା କରିଛୁ ଏବଂ ଅନେକ ମ୍ୟାଚ୍ ବି ଖେଳିଛୁ। ମୁଁ ତାଙ୍କୁ କେବେ କାହା ସହିତ ଅଧିକ କଥା ହେଉଥିବାର ଦେଖିନାହିଁ। ମୁଁ ତାଙ୍କୁ ସବୁବେଳେ ତା ବାପାମାଆଙ୍କ ସହିତ ରହୁଥିବା ଦେଖିଛି।
ରାଧିକାଙ୍କ ମୃତ୍ୟୁ ପରେ ଲଭ୍ ଜିହାଦ ବିଷୟରେ ଆଲୋଚନା ହେଉଛି, କିନ୍ତୁ କାହା ପାଖରେ ଏହାର କୌଣସି ପ୍ରମାଣ ନାହିଁ। ରାଧିକା କାହା ସହିତ କଥା ମଧ୍ୟ ହେଉ ନଥିଲେ। ତାଙ୍କ ଘରେ ଖୁବ ପ୍ରତିବନ୍ଧକ ଥିଲା। ପରିବାରଲୋକଙ୍କ ପ୍ରତିବନ୍ଧକରେ ସେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ମୁଁ ଯେତେବେଳେ ତାଙ୍କ ଘରକୁ ଯାଉଥିଲି, ମୁଁ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ପାଉଥିଲି। ରାଧିକାଙ୍କ ଏକାଡେମୀ ତାଙ୍କ ଘରୁ ଠାରୁ ମାତ୍ର ୧୫ ମିନିଟ୍ ଦୂରରେ ଥିଲା। ଏହାପରେ ବି ଘରେ କହିଥିବା ସମୟ ଅନୁସାରେ ତାଙ୍କୁ ପହଞ୍ଚିବାକୁ ହେଉଥିଲା। ଖୁବ ଚାପରେ ଥିଲେ ରାଧିକା।’

ad-week
Leave A Reply

Your email address will not be published.