
ଦଲାଲ ଙ୍କ ପଛରେ ଦଲାଲ, ପୋଲିସ ର ନାମ ନେଇ କରୁଛନ୍ତି ନିରୀହ ଲୋକଙ୍କୁ ବ୍ଲାକ ମେଲ…!
ଏହି ଦଲାଲ ମାନେ ପୋଲିସ ର ଗେଲ୍ହା ପୁଅ ବୋଲି ଶୁଣିବାକୁ ମିଳୁଛି…
ବ୍ରହ୍ମପୁର: ଉଚ୍ଚଶିକ୍ଷା ଗ୍ରହଣ ପରେ ହଜାର ହଜାର ଛାତ୍ର ଚାକିରି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାର ସୁଯୋଗ ନେଇ ଠକ ମାନେ ବିଭିନ୍ନ ସରକାରୀ ଚାକିରି କରେଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରି ଏକ ଘଟଣା ଗତ ୨୦୨୩ ମସିହାରେ ବ୍ରହ୍ମପୁର ପୋଲିସ ହାତରେ ରେଳବାଇ ରେ ଚାକିରି କରେଇଦେବ ବୋଲି ଏକ ଠକେଇ ମାମଲା ସଦର ଥାନା ରେ ପଞ୍ଜିକୃତ ହୋଇଥିଲା ଏହାକୁ ନେଇ ବ୍ରହ୍ମପୁର ସଦର ପୋଲିସ କୁକୁଡ଼ାଖଣ୍ଡି ଶାନ୍ତିନଗର ଏ. ବିଘ୍ନେଶ୍ୱର ରାଓ ଦୋରା କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୋଲିସ ଏଥିରେ ଲିପ୍ତ ଥିବା ଅନ୍ୟ ମାନଙ୍କୁ ଧରିବାକୁ ମଧ୍ୟ ଜାଲ ବିଛାଇ ଥିଲା, ଯାହାକୁ ନଜର ରେ ରଖି ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁ ମଧ୍ୟ ବ୍ରହ୍ମପୁର ସଦର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି l ସୂଚନା ଥାଉକି ବିଘ୍ନେଶ୍ୱରଙ୍କ ଉପସ୍ଥିତିରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ୫ ଜଣ ଯୁବଙ୍କ ଠାରୁ ଜଣେ ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ମୋଟ ୬୨ଲକ୍ଷ ୫୦ହାଜର ନେଇଥିଲେ ଉକ୍ତ ମହିଳା ବିଜୟଲଷ୍ମୀ ରାଉତ, କଲିକତା ଯାଇ ମେଡିକାଲ ଟେଷ୍ଟ ପରେ ନିଯୁକ୍ତି ପତ୍ର ଦିଆଯିବ ବୋଲି କୁହା ଯାଇଥିଲା। ଟଙ୍କା ଦେବାର କିଛି ଦିନ ପରେ ରେଳବାଇ ରେ ଟିଟି ପାଇଁ ଯୁବକ ମାନଙ୍କ ମେଲକୁ କଲ ଲେଟର, ଡକ୍ୟୁମେଣ୍ଟ ଭେରି ଫିକେସନ ରିପୋର୍ଟ ଆସିଥିଲା। କିଛି ଦିନ ପରେ ନିଯୁକ୍ତି ପତ୍ର ମିଳିଥିଲା। ଯୁବକ ମାନେ ନିଯୁକ୍ତି ପତ୍ର ଯାଞ୍ଜ ବେଳେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ବାରମ୍ବାର ପ୍ରତାରିତ ହେବା ପରେ ସଦର ଥାନାରେ କୃଷ୍ଣଚନ୍ଦ୍ର ଦୋରା ଏତଲା ଦେଇଥିଲେ। ପୋଲିସ ଏହି ରାକେଟ ର ମାଷ୍ଟର ମାଇଣ୍ଡ ବିଜୟଲକ୍ଷ୍ମୀ ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରୁ ଗିରଫ କରିଥିବା ବ୍ରହ୍ମପୁର ଏସ.ପି ଡ଼ା. ଶରବଣା ବିବେକ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର ଅଞ୍ଚଳର କିଛି ଠକ ଶିକ୍ଷିତ ଯୁବକ ମାନଙ୍କୁ ଢାଲକରି ରେଳବାଇ ରେ ଚାକିରି ଦେବେ ବୋଲି ଲକ୍ଷ ଲକ୍ଷ ଟଙ୍କା ଠକି ନେବାର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଠକେଇର ଚେର ବ୍ରହ୍ମପୁର ରୁ କଲିକତା ପର୍ଯ୍ୟନ୍ତ ଲମ୍ବିଛି। ରେଳବାଇର କିଛି କର୍ମଚାରୀ ମଧ୍ୟ ଏହି ରେକେଟ ରେ ସମ୍ପୃତ ଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ବହୁ ଶିକ୍ଷିତ ଯୁବକ ମାନଙ୍କୁ କଲିକତା ନେଇ ଟ୍ରେନିଙ୍ଗ ଦେଇ ଆଇ କାର୍ଡ଼ ଦେବାର ମଧ୍ୟ ନଜିର ରହିଛି। ସୂଚନା ଥାଉକି ମାଷ୍ଟର ମାଇଣ୍ଡ ଏକ ପେସାଦାର ଅପରାଧୀ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ଉକ୍ତ ମହିଳା ଙ୍କ ନାମରେ ପୂର୍ବରୁ ଭୁବନେଶ୍ୱର ତମାଣ୍ଡା ଥାନାରେ କେଶ ନୁମ୍ବର 251/24,କେପିଟାଲ ଥାନାରେ କେଶ ନୁମ୍ବର 497/24,ଏବଂ ଇନ୍ଫୋ୍ସିଟି ଥାନାରେ 492/24 ରେ ମାମଲା ରହିଛି l ଏବଂ ବ୍ରହ୍ମପୁର ସଦର ପୋଲିସ 303/25 U/ସ 318(4),/ 338/336 (3),340(2) / 351(2) BNS ରେ ଗିରଫ କରି କୋର୍ଟ ଚାଲାଣ କରିଛି l କିନ୍ତୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି କିଛି ଦଲାଲ ପୋଲିସ ର ନାମ ନେଇ କିଛି ଵ୍ୟକ୍ତି ଙ୍କୁ ବ୍ଲାକ ମେଲ କରିବା ଘଟଣା ପୋଲିସ ହାତରେ ଲାଗିଛି l ପୋଲିସ ଉକ୍ତ ଘଟଣା କୁ ଗୁରୁତ୍ୱ ଦେଇ ଛାନ ଭିନ ଆରମ୍ଭ କରିଛି l ସଦର ଥାନାରେ ଉକ୍ତ ଘଟଣା ଥିବା ସମୟରେ ବଡ଼ବଜାର ଥାନାକୁ ଉକ୍ତ ଦଲାଲ ମାନେ ନିରୀହ ଲୋକଙ୍କୁ ଡାକି ଡରାଉ ଥିବା ଘଟଣା ହାଟରୁ ଯାଇ ବାଟରେ ଗଡ଼ିଲାଣି l ବଡବଜାର ଥାନାରେ କାର୍ଯ୍ୟରତ ଜଣେ ଅଫିସର ଏହି ଦଲାଲ ମାନଙ୍କୁ ସାହାଯ୍ୟ କରୁଥିବା ବି ଅନୁସନ୍ଧାନ ରୁ ଜଣା ପଡିଛି l ଉକ୍ତ ଦଲାଲ ପୋଲିସ ର ଗେଲ୍ହା ପୁଅ ବୋଲି ମଧ୍ୟ ଅଞ୍ଚଳ ରେ ଚର୍ଚ୍ଚା ଦେଖାଯାଉ ପୋଲିସ କଣ ପଦକ୍ଷେପ ନେଉଛି ତାହା ସମୟ କହିବ l