ଡବଲ ଇଞ୍ଜିନ ର ଡବଲ ଧମାକା :ବ୍ରହ୍ମପୁର ରେ ପୁଣି ଜଣେ ମହିଳା ଗଣ ଦୁଷ୍କର୍ମ ର ଶିକାର…!
ଘଟଣା ର ସତ୍ୟା ସତ୍ୟ କୁ ନେଇ ଅନେକ ପ୍ରଶ୍ନ…!!

ଘରେ ପଶି ନିଶା ଇଞ୍ଜେକ୍ସନ ଦେଇ ଗଣ ଦୁଷ୍କର୍ମ ଅଭିଯୋଗ, ସ୍ୱାମୀଙ୍କ ସମ୍ପୃକ୍ତି…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗଣ ଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। ଗୋପାଳପୁର ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣା ଲୋକେ ଭୁଲିନଥିବା ବେଳେ ପୁଣି ବ୍ରହ୍ମପୁରରେ ଆଉ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା ଏବେ ଲୋକଲୋଚନ କୁ ଆସିଛି। ନିମଖଣ୍ଡି ଥାନା ଲୋଚାପଡା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି କିଛି ଦୁର୍ବୁତ୍ତ ଏଭଳି କାଣ୍ଡ କରିଥିବା ନେଇ ପୀଡିତା ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଛି। ପ୍ରକାଶ ଥାଉକି ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଗଞ୍ଜାମ ଅଞ୍ଚଳର ଜଣେ ଯୁବକ ପ୍ରେମ ବିବାହ କରିଥିଲେ। ଉଭୟ ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳର ଲୋଚାପଡା ରେ ଘର ଭଡ଼ା ନେଇ ରହୁଥିଲେ। ଇତି ମଧ୍ୟରେ ସେମାନଙ୍କ ଏକ ଝିଅ ମଧ୍ୟ ଅଛି।ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନ ମାଳିନ ରହିଛି। ରବିବାର ମଧ୍ୟ ରାତ୍ରରେ ତାଙ୍କ ସ୍ୱାମୀଙ୍କ ସହିତ ତିନିଜଣ ଯୁବକ ତାଙ୍କ ଘରକୁ କୁଆଡ଼େ ଆସିଥିଲେ। ସେମାନେ ପୀଡିତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପୀଡିତା ସକାଳେ ନିଶା ଛାଡିବା ପରେ ଜାଣିବାକୁ ପାଇଲେ ସେ ଦୁଷ୍କର୍ମ ର ଶିକାର ହେବା ସହ ତାଙ୍କ ଘରର ସୁନା ଗହଣା ଚୋରୀ ହୋଉଛି ଓ ଏହି ଘଟଣା ରେ ତାଙ୍କ ସ୍ୱମୀଙ୍କ ସମ୍ପୃକ୍ତି ଥିବା ନେଇ ମହିଳା କମିଶନଙ୍କ ନିକଟକୁ ଅଭିଯୋଗ ପଠାଇ ଥିଲେ।ଗଞ୍ଜାମ ଥାନାକୁ ପୀଡିତା ଯାଇଥିଲେ। ଏକ ସ୍କୁଲ ନିକଟରେ ପୀଡିତା ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଗଞ୍ଜାମ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ। ଗଞ୍ଜାମ ପୋଲିସ ସେଠାରେ ପହଁଞ୍ଚି ମହିଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ପଠେଇ ଥିଲେ। ନିମଖଣ୍ଡି ପୋଲିସ ଡାକ୍ତରଖାନା ରେ ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଉକ୍ତ ଘଟଣା ର ସତ୍ୟା ସତ୍ୟ କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ପୋଲିସ ତଦନ୍ତ କରୁଛି ସତ୍ୟର ଗୁମର ଅତି ଶୀଘ୍ର ଖୋଲିବ ବୋଲି ପୋଲିସ କହୁଛି l ଘଟଣା ଟି ଏକ ପ୍ରତିଶୋଧ ପରି ମନେ ହେଉଛି କାରଣ ପୀଡିତା ଙ୍କ ସ୍ୱାମୀ ସହିତ ସବୁବେଳେ ମନମାଳିନ ରୁହେ ସେଯାହାବି ହେଉ ପୋଲିସ ର ତଦନ୍ତ ପରେ ପ୍ରକୃତ ଗୁମର ଖୋଲିବ l