
ଭୁବନେଶ୍ୱର: ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ ।
ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି କରିନାହାଁନ୍ତି । ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ୩ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିବେ, ସେହି ସମୟରେ କାର୍ଡ ଗୁଡିକ ସସପେଣ୍ଡ ଅବସ୍ଥାରେ ରହିବ । ଆସନ୍ତା ୩ ମାସ ଭିତରେ ଇ-କେୱାଇସି ନକଲେ ସେମାନଙ୍କ କାର୍ଡ କଟାଯିବ ।
ଯଦି ଚାଉଳ ମିଳୁନି ସେମାନେ ଇ-କେୱାଇସି କଲେ ସରକାର ଚାଉଳ ଦେବେ । ଏହାସହିତ ନେଟୱାର୍କ ନଥିବା ଜିଲାମାନଙ୍କରେ ନେଟୱାର୍କ ବ୍ୟବସ୍ଥା କରାଯାଇଛି । ୫ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।