ଦୁଇ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

add-all

ଛତିଶଗଡ଼ରେ ପୁଣି ଥରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିଛନ୍ତି।

ଛତିଶଗଡ଼ର ବିଜାପୁର ଜିଲା ଅନ୍ତର୍ଗତ ପିଲୁର ଏବଂ ଟେକାମେଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମାଓବାଦୀମା​‌ନେ ଗାଁକୁ ଯାଇ ଶିକ୍ଷକଦ୍ଵୟଙ୍କୁ ଘରୁ ବାହାରକୁ ଆଣି ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ଘଟଣାକୁ ନେଇ ଉକ୍ତ ୨ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଛତିଶଗଡ଼ରେ ପୁଲିସ ଏବଂ ସୁରକ୍ଷାବାହିନୀ ପକ୍ଷରୁ କିଛି ମାସ ହେବ ସୀମାନ୍ତ ଜଙ୍ଗଲରେ ବଡ଼ ଧରଣର ମାଓବାଦୀ ଦମନ ଅପରେସନ ଜାରି ରହିଛି। ଯେଉଁଥିପାଇଁ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରୁଛି। କିନ୍ତୁ ମାଓବାଦୀଙ୍କ ଏପରି ହିଂସା ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିଥିବା କୁହାଯାଉଛି।

ad-week
Leave A Reply

Your email address will not be published.