ୟେମେନରେ ନିମିଶାଙ୍କ ଫାଶୀ ସ୍ଥଗିତ, ରାତି ପାହିଲେ ମିଳିଥା’ନ୍ତା ମୃତ୍ୟୁଦଣ୍ଡ

add-all

ନୂଆଦିଲ୍ଲୀ: ସ୍ଥଗିତ ରହିଲା କେରଳର ନର୍ସ ନିମିଶା ପ୍ରିୟାଙ୍କ ଫାଶୀ। କେରଳ ନିବାସୀ ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ୟେମେନରେ ହେବାକୁ ଥିବା ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି। ନିମିଶା ପ୍ରିୟାଙ୍କ ବ୍ୟବସାୟିକ ସହଯୋଗୀ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ତାଙ୍କୁ ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବାର ଥିଲା। କେରଳର ପ୍ରଭାବଶାଳୀ ସୁନ୍ନି ମୁସଲିମ ନେତା କଂଥାପୁରମ ଏ ପି ଅବୁବକର ମୁସଲିୟାର ଏବଂ ଭାରତ ସରକାରଙ୍କ ହସ୍ତକ୍ଷେପରେ ହୋଇଥିବା ଆଲୋଚନା ପରେ ୟେମେନର ସ୍ଥାନୀୟ କର୍ତ୍ତୃପକ୍ଷ ନିମିଶାଙ୍କ ଫାଶୀକୁ ସ୍ଥଗିତ ରଖିଛନ୍ତି।

କୁହାଯାଉଛି ଯେ, ଭାରତ ସରକାର ଗତ କିଛି ଦିନ ଧରି ନିମିଶା ପ୍ରିୟାଙ୍କ ପରିବାରକୁ ଅନ୍ୟପକ୍ଷ ସହିତ ପାରସ୍ପରିକ ସହମତ ସମାଧାନର ବାଟ ଖୋଜିବାକୁ ଅଧିକ ସମୟ ଦେବା ପାଇଁ ନିରନ୍ତର ପ୍ରୟାସ କରିଥିଲେ। ଭାରତୀୟ ଅଧିକାରୀମାନେ ୟେମେନର ଜେଲ୍ କର୍ତ୍ତୃପକ୍ଷ ଏବଂ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହାପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାରର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। ନର୍ସଙ୍କ ମୁକ୍ତି ତଲାଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନ ଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।

ad-week
Leave A Reply

Your email address will not be published.