‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର

add-all

ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା କରି ଟିୟର ଗ୍ୟାସ, ରବର ବୁଲେଟ ଏବଂ ପାଣିମାଡ କରିଥିଲା ।  ଯେଉଁଥିରେ ଅନେକ ବିଜେଡି ନେତା ଆହତ ହୋଇଥିବା ବେଳେ ବବି ଦାସ, ପ୍ରିତିରଞ୍ଜନ ଘଡାଇ, ଏବଂ ସାଂସଦ ସୁଲତା ଦେଓ ଗୁରୁତର ଆହତ ହୋଇଛନ୍ତି । ଯାହାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂତୃପ୍ତ ।

ଏନେଇ ନିଜ ଏକ୍ସରେ ଲେଖିଛନ୍ତି, ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡ଼େଇବା ପାଇଁ, ଓଡ଼ିଶାର ନାଗରିକ ମାନଙ୍କର ଉଚିତ ଦାବି ପୂରଣ ନକରି ପାରି ଏବଂ ସୋମ୍ୟାଶ୍ରୀଙ୍କୁ ମୃତ୍ୟୁରୁ ବଞ୍ଚେଇ ନ ପାରି ଓଡ଼ିଶାର ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ଯଦି ଓଡ଼ିଶାର ବିଜେପି ସରକାର ଶାନ୍ତି ପୂର୍ବକ ଗଣତନ୍ତ୍ର ପ୍ରକ୍ରିୟାକୁ ସମ୍ମାନ ଦେଇପାରିବେ ନାହିଁ ଏବଂ ପୁଲିସ ଶକ୍ତି ଦ୍ୱାରା ଲୋକମାନଙ୍କର ସ୍ୱରକୁ ଚାପିବା ପାଇଁ ଚେଷ୍ଟା କରିବେ, ତାହେଲେ ନିଜର ଗାଦି ଛାଡି ଚାଲି ଯିବା ଉଚିତ। ଏ ଭଣ୍ଡ ଭ୍ରଷ୍ଟ ସରକାର ଓଡ଼ିଶାରେ ଚାଲିବ ନାହିଁ। ଓଡ଼ିଶାବାସୀ ଏହାକୁ ସହିବେ ନାହିଁ। ବିଜେଡି ଏହାକୁ ଘୋର ବିରୋଧ କରିବ। ଓଡ଼ିଶା ସରକାରଙ୍କର ସମସ୍ତ ଗୁଳି ସରିବା ପର୍ଯ୍ୟନ୍ତ ଏହାର ବିରୋଧ କରିବ ବୋଲି  ସେ ଚେତାଇ ଦେଇଛନ୍ତି ।

ad-week
Leave A Reply

Your email address will not be published.