୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

add-all

ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି।

ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ପରବର୍ତ୍ତୀ ଶୁଣାଣି ଜୁଲାଇ ୨୧ ତାରିଖ ଦିନ ରଖାଯାଇଥିଲା। କିନ୍ତୁ ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.