ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା

youtube

ଭୁବନେଶ୍ୱର : ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା ।  ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା ।  ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜିଠାରେ ଆନ୍ଦୋଳନ କରିଥିଲେ ।

ମୃତକଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।  ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ନବୀନ ବର୍ବୋରୋଚିତ ବୋଲି କହିଛନ୍ତି ।

ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ ପୋଲିସ ଆକ୍ରମଣରେ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି । ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ଫୋନ୍ ଯୋଗେ କଥା ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.