
କେନ୍ଦୁଝର:କେନ୍ଦୁଝରର ତେଲକୋଇ ଥାନା ବିଞ୍ଜିବାହାଳ ଗାଁରେ ବଜ୍ରାଘାତ । ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ । ବିଞ୍ଜିବାହାଳ ଗାଁରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦୁଇ ମହିଳା ସଂପର୍କରେ ଶାଶୂ ଓ ବୋହୂ ବୋଲି ଜଣାପଡିଛି । ମୃତକ ହେଲେ ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ ଲବଣୀ ନାଏକ(୨୮) ।
ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ସୂଚନାମୁତାବକ, ଆଜି ପ୍ରାୟ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ ଥିବା ଭେଣ୍ଡିଆନାଳୀ ନିଜ ଚାଷ ଜମିରେ ଶାଶୂ ଓ ବୋହୂ କାମ କରୁଥିଲେ । ସେତେବେଳେ ବଜ୍ରାଘାତ ହୋଇଥିଲା ଓ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।