ବାଲେଶ୍ୱର ଏଫ .ଏମ ଛାତ୍ରୀ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ

youtube

ଭୁବନେଶ୍ୱର : ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି ।  ଆଗରୁ ଆହୁରି କଠୋରରୁ କଠୋର ନିଷ୍ପତ୍ତି ନିଆଯିବ ।  ଘଟଣାରେ ସାମାନ୍ୟତମ ସଂଶ୍ଲିଷ୍ଟ ଥିବା ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।  ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେ ଦିଗରେ ପଦକ୍ଷେପ ନିଆଯିବ ।

ସରକରଙ୍କ ତରଫରୁ ଏ ଘୋଷଣା ପରେ ମଧ୍ୟ ଘଟଣାର ରାଜନୀତିକରଣକୁ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  କହିଛନ୍ତି, ଏବେ କୌଣସି ଘଟଣା ଘଟିଲେ ଶାଗୁଣା ପରି ଝାମ୍ପି ପଡ଼ିବା ପରି ନୂଆ ପରମ୍ପରା ଆରମ୍ଭ କରିଛନ୍ତି ବିରୋଧୀ ।  ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ ।  ବିରୋଧୀଦଳ ବାସ୍ତବ ଭୂମିକା ଗ୍ରହଣ କରନ୍ତୁ ।  ଘଟଣାକୁ ନେଇ ଜୋରଜବରଦସ୍ତ ରାଜନୀତି କରାନଯାଉ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ବାଲେଶ୍ୱର ଏଫ.ଏମ ଛାତ୍ରୀଙ୍କ ବାପାମାଙ୍କ ବାରଣ ସତ୍ତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରିବା, ଝିଅ ବଞ୍ଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସଙ୍ଗ କି ଗ୍ରହଣୀୟ ନୁହେଁ । ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ୍ ଅଛି, ସମସ୍ତଙ୍କୁ ତଦନ୍ତ ପରିସକୁ ଅଣାଯିବ ।

Leave A Reply

Your email address will not be published.