ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

add-all

ଭୁବନେଶ୍ୱର: ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ (ସିବି) ଫକୀର ମୋହନ (ସ୍ୱୟଂଚାଳିତ) କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବ।

ପୋଲିସ ମହାନିର୍ଦ୍ଦେଶକ (ସିଆଇଡି-ସିବି) ବିନୟତୋଷ ମିଶ୍ର ସହଦେବଖୁଣ୍ଟା ପୋଲିସ ଠାରୁ ତଦନ୍ତ ଦାୟିତ୍ୱ ନେବା ପାଇଁ CAW&CW ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି) ଇମାନ କଲ୍ୟାଣ ନାୟକଙ୍କୁ ନିଯୁକ୍ତ କରିଛନ୍ତି। ତଦନ୍ତରେ ଇନ୍ସପେକ୍ଟର ପାଞ୍ଚାଲି ରାଉତ, ଇମାନଙ୍କୁ ସହାୟତା କରିବେ ବୋଲି କ୍ରାଇମବ୍ରାଞ୍ଚ ଏକ ବିବୃତ୍ତିରେ କହିଛି।

କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତି ହୋଇଛି। ଯୌନ ନିର୍ଯାତନା ଏବଂ ସାଂଗଠନିକ ଅବହେଳା ଯୋଗୁଁ ୨୦ ବର୍ଷୀୟ ଛାତ୍ରୀଙ୍କ ଆତ୍ମଦାହ ପରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ବିଜେଡି ଏବଂ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ। ସେମାନେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି ମଧ୍ୟ କରିଛନ୍ତି।ଯେଉଁମାନେ କି ‘X’ ରେ ସୌମ୍ୟାଶ୍ରୀଙ୍କ ପୋଷ୍ଟର ଉତ୍ତର ଦେଇନଥିଲେ। ଯାହା ଫଳରେ ସେ ଅଧିକ ହତାଶ ହୋଇପଡ଼ିଥିଲେ।

ଦ୍ୱିତୀୟ ବର୍ଷର ବିଏଡ୍ ଛାତ୍ରୀ ଜଣକ ଏଚଓଡି ସମୀର ସାହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ପରେ ଜୁଲାଇ ୧୨ ତାରିଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ସେ ୯୦-୯୫% ପୋଡ଼ି ଯାଇଥିବା ବେଳେ ଭୁବନେଶ୍ୱର ଏମ୍ସରେ ପ୍ରାୟ ୬୦ ଘଣ୍ଟା ଧରି ଜୀବନ ସହିତ ସଂଘର୍ଷ କରିବା ପରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.