ସାପ କାମୁଡ଼ାରେ ଗୁରୁତର ହେଲେ ମହିଳା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମହିଳାଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ପଡିଆ ବ୍ଲକ ସଦର ମହକୁମାରୁ ୪ କିମି ଦୂରରେ ଥିବା ନନ୍ଦା ଗୁଡା ଗ୍ରାମର ଶିଙ୍ଗେ ବାଡ଼ସେ ନାମକ ମହିଳା ସୋମବାର ଭୋର୍ ସକାଳୁ ନିଦରୁ ଉଠି ଘରୁ ବାହାରିବା ବେଳେ ଘରର ଦୁଆରବନ୍ଧର କଡରେ ରହିଥିବା ଏକ ବିଷଧର ସାପ ତାଙ୍କ ବାମ ଗୋଡ କୁ କାମୁଡି ଦେଇଥିଲା । ଏହାପରେ ଶିଙ୍ଗେର ପରିବାର ଲୋକେ ତାଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ଶିଙ୍ଗେର ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବର୍ଷା ଦିନରେ ପଡିଆ ବ୍ଲକର ଘଞ୍ଚ ଜଙ୍ଗଲ ଭରା ବିଭିନ୍ନ ଗ୍ରାମରେ ସାପ କାମୁଡ଼ାର ଏକାଧିକ ଘଟଣା ଦେଖିବାକୁ ମିଳିଥାଏ। ଏ ନେଇ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.