ଅଣସଂଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଆଇନ ପ୍ରଶିକ୍ଷଣ, ୨୩ଜଣଙ୍କ ନାମ ପଞ୍ଜିକରଣ

youtube

ମାଲକାନଗିରି : ଆଜି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ ତାମସା ଗ୍ରାମ ପଞ୍ଚାୟତରେ ଅଣସ‌ଙ୍ଗଠିତ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ଆଇନ୍ ସମ୍ବନ୍ଧରେ ଏକ ଶିବିର ଅନୁଷ୍ଠିତ କରାଯାଇଛି । ଏହି ଶିବିରରେ ସରପଞ୍ଚ,ନାଏବ ସରପଞ୍ଚ, ୱାର୍ଡ ମେମ୍ବର,ସହ ଶ୍ରମ ଅଧିକାରୀ ବିନି ମୁଦୁଲି, ପ୍ରିୟଙ୍କା ନାୟକ, ରିଙ୍କୁ ରଞ୍ଜନ ଅଧିକାରୀ, ସୋନାଲି ରୟ ପ୍ରମୁଖ ଶ୍ରମ ବିଭାଗର କର୍ମକର୍ତ୍ତା, ଜନ ସେବା କେନ୍ଦ୍ରର କର୍ମଚାରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତି ରହିଥିଲେ। ଏହି ଅବସରରେ ଶ୍ରମ ଆଇନ ଓ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଅଧିକାରୀ ମାନେ ସମସ୍ତଙ୍କୁ ବୁଝାଇଥିଲେ। ଏଥିରେ ଲୋକ ମାନଙ୍କୁ ଅଣସଙ୍ଗଠିତ ଶ୍ରମିକ ବିଷୟରେ ସଚେତନତା କରାଯାଇଥିଲା ତା ସହ ୨୩ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା।

Leave A Reply

Your email address will not be published.