ଦଲାଲ ମାନଙ୍କ କବ୍ଜା ରେ ଗଞ୍ଜାମ ଜିଲ୍ଲାର ଅନେକ ଥାନା : ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପୋଲିସ ଆଉ ଦଲାଲ..!

ଦଲାଲ ବିନା ଥାନା ଅଚଳ…!

youtube

ପୋଲିସ ବିଭାଗ ର “ଆମ ପୋଲିସ “ବ୍ୟବସ୍ଥା କେବଳ କାଗଜ କଲମ ରେ ସୀମିତ…!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ଥାନା ଏବେ ଦଲାଲ ମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଦୁର୍ନୀତି ବଢ଼ି ଯାଇଥିବା ଚର୍ଚ୍ଚା ହେଉଛି। ଅଧିକାଂଶ କରି ଥାନା ଗୁଡ଼ିକ ଦଲାଲ ମାନଙ୍କ ସାହାଯ୍ୟ ରେ ପରିଚାଳିତ ହେଉଥିବା ଚାହା ଖଟିରେ ଜୋର ଦାର ଚର୍ଚ୍ଚା ହେଉଛି। ପ୍ରତେକ କ୍ଷେତ୍ରରେ ଦଲାଲ ମାନଙ୍କୁ କିଛି ପୋଲିସ ବାବୁ ମାନେ ମଧ୍ୟସ୍ଥିତ କରି ମୋଟା ଅଙ୍କ ଆଦାୟ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଲାଣି। ମଦ, ବାଲି, ଦୁର୍ଘଟଣା, ଜମି ଜମା ସମଧାନ କ୍ଷେତ୍ରରେ ଏହି ଦଲାଲ ମାନେ ସକ୍ରିୟ ହୋଇଥିବା ଆଲୋଚନା ହେଉଛି। ଦଲାଲ ମାନଙ୍କୁ ଢାଲ କରିବା ଫଳରେ ପୋଲିସ କୁ ଭିଜିଲାନ୍ସ ର ଭୟ ମଧ୍ୟ ରହୁନାହିଁ। ଏହି ସବୁ ଦିଆ ନିଆ କାରବାର ଅଡିଓ ଭାଇରଲ ହେବା ଭୟରେ ୱାହଟସପ୍ପ କଲ ରେ ଡ଼ିଲ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସୂଚନା ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲାର ବଡବଜାର, ସଦର ଥାନା ପାତ୍ରପୁର, ଟାଉନ ଥାନା, ଗୋପାପୁର ଥାନା ଏବଂ ଗଞ୍ଜାମ ଜିଲ୍ଲାର ଆସିକା ଥାନା, ଧରାକୋଟ ଥାନା, ପୁରୁଷୋତ୍ତମପୁର ଥାନା, ହିଞ୍ଜିଳି ଥାନା, କୋଦଳା ଥାନା ଏବଂ ପୋଲସରା ଥାନା ଅଞ୍ଚଳ ରେ ଦଲାଲ ଏବଂ ପୋଲିସ ଏବେ ମୁଦ୍ରାର ଦୁଇ ପାର୍ଶ୍ଵ ସାଜିଛନ୍ତି l ମେଡିକାଲ ରେ ଦଲାଲ ମାନଙ୍କ ପାଦୃଭାବ ଅନେକ କିନ୍ତୁ ତାହାଠାରୁ ବି ବଳି ଗଲାଣି ଥାନାରେ ଦଲାଲ ଗିରି l ବାବୁ ମାନଙ୍କ ସେବା ଏପରିକି ବାବୁ କଣ ଖାଇବେ, ବାବୁଙ୍କ ପିଲା ଛୁଆ କୁ ସ୍କୁଲ ଛାଡିବା ଆଣିବା, ଘରୋଇ କାମ କରିବାକୁ ଏହି ଦଲାଲ ମାନେ ପଛାଉ ନାହାନ୍ତି l ବାବୁ ମାନେ ବଟି ଖାଇବାର ଦରିଆ ବନି ଯାଇଥାନ୍ତି ଏହି ଦଲାଲ ମାନେ, ନିରୀହ ଲୋକଙ୍କୁ ବାବୁ ଙ୍କ ନାଁ ନେଇ ବ୍ଲାକ ମେଲ କରୁଥିବା ନଜିର ବି ରହିଛି l ସକାଳ ଦଶ ଟାରୁ ରାତ୍ର ଦଶ ଯାଏ ଥାନାରେ ଏମାନଙ୍କ ଡେରା l ଅଭିଯୋଗ କଲେ ବି କିଛି ଲାଭ ନାହିଁ ଦଲାଲ ମାନେ ଥାନା ବାବୁଙ୍କ ଗେଲ୍ହା ପୁଅ କହିଲେ କିଛିବି ଭୁଲ ହେବ ନାହିଁ l କାରଣ ଥାନାର ପ୍ରତ୍ୟେକ କାର୍ଯ୍ୟ ରେ ଏହିମାନଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ l ସାମ୍ବାଦିକ ମାନେ ଥାନାକୁ କୌଣସି ଖବର ସଂଗ୍ରହ ପାଇଁ ଗଲେ ବାବୁ ମାନଙ୍କ ବ୍ୟବହାର ନକହିବା ଭଲ କିନ୍ତୁ ଦଲାଲ ମାନଙ୍କୁ ମିଳୁଛି ଜୋଇଁ ପୁଅର ମର୍ଯ୍ୟାଦା ବୋଲି ବି ଅଭିଯୋଗ ଆସୁଛି l ଗଣ ମାଧ୍ୟମରେ ଏହାକୁ ନେଇ ଅଭିଯୋଗ ଏବଂ ଖବର ପ୍ରସାରଣ ହେଲେ ମଧ୍ୟ କିଛି ଲାଭ ନାହିଁ କଥାରେ ଅଛି ” ତୁ ଯେତେ ମାଠୁଛୁ ମାଠ ମୁଁ ସେହି ଦରପୁଡା କାଠ ” ନ୍ୟାୟ l ଥାନା ଗୁଡିକ ଦଲାଲ ମୁକ୍ତ ପାଇଁ ବିଭିନ୍ନ ସଂଗଠନ ତରଫରୁ ଦାବୀ ବି ହେଉଛି, କିନ୍ତୁ ଫଳ ଶୂନ କାରଣ ଥାନା ବାବୁ ମାନଙ୍କ ଏହି ଦଲାଲ ମାନେ ହେଉଛନ୍ତି ଗୁଡ଼ ମାଠିଆ l ତେଣୁ ରାଜ୍ୟ ପୋଲିସ ମହା ନିର୍ଦେଶକ ଏବଂ ଜିଲ୍ଲା ରେ ଥିବା ଆରକ୍ଷୀ ଅଧିକାରୀ ଥାନାରେ ଲାଗିଥିବା ସି. ସି. ଟିଭି ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ନେଲେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବା ସହିତ ପୋଲିସ ଓ ଜନସାଧାରଣ ଙ୍କ ଭିତରେ ସୁସମ୍ପର୍କ ସୃଷ୍ଟି ହେବ ନଚେତ ଆମ ପୋଲିସ କେବଳ କାଗଜ କଲମ ରେ ସୀମିତ ରହିବ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.