
ଚିକିଟୀ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ପ୍ରଶାସନ ଓ ନେତା ଙ୍କୁ ନ୍ୟାୟ ମାଗି ବିଫଳ ହେବା ପରେ ଆତ୍ମହତ୍ୟା କରିବା ଘଟଣା ର ଆଜି କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ରାଜ୍ୟ ବ୍ୟାପି ଆନ୍ଦୋଳନ ଓ ବନ୍ଦ ପାଳନ ହେଉଥିବା ବେଳେ ଚିକିଟୀ ରେ ମଧ୍ୟ ଆଜି ଦଳ ତରଫରୁ ପିକେଟିଂ କରାଯାଇଛି।ଯୁବ ନେତା ମାରୁତି ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ରେ ଚିକିଟୀ ଗଡ଼ ର ସମସ୍ତ ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ ପରେ ପରେ ଚିକିଟି ପେଣ୍ଠ ଆନ୍ଧ୍ର ବ୍ୟାଙ୍କ ମେନେଜର ଙ୍କ ସହ ସାକ୍ଷାତ କରି ବନ୍ଦ ପାଇଁ ସହଯୋଗ ଲୋଡ଼ିବା ସହ ମୁଖ୍ୟ ବଜାର ଦୋକାନ ବଜାର ବନ୍ଦ କରିଥିଲେ ଓ ସମସ୍ତେ ଆନ୍ତରିକତା ର ସହ ସହଯୋଗ ମଧ୍ୟ କରିଥିଲେ।
ମୃତକ ଜଣକ ଏ ବି ଭି ପି ସଂଗଠନ ସଭ୍ୟ ହୋଇଥିଲେ ସୁଦ୍ଧା ରାଜ୍ୟ ବିଜେପି ସରକାର ସୁରକ୍ଷା ଦେବା ରେ ବିଫଳ ହୋଇଛନ୍ତି।ତାଙ୍କୁ ନ୍ୟାୟ ମିଳିବା ସହ ନାରୀ ସୁରକ୍ଷା ଦିଗରେ ସରକାର ତତ୍ପରତା ପ୍ରକାଶ କରନ୍ତୁ ବୋଲି ଶ୍ରୀ ସାମନ୍ତରା କହିଥିଲେ।ଭବିଷ୍ୟତ ରେ ଏ ଭଳି ଘଟଣା ର ପୁନରାବୃତ୍ତି ନ ଘଟୁ ଏବଂ ସୌମ୍ୟା ଶ୍ରୀ ଆତ୍ମହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ଗିରଫ ହୁଅନ୍ତୁ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ତୀବ୍ରତର କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଏଥିରେ ବରିଷ୍ଠ ନେତା ବତ୍ସ ପ୍ରଧାନ,କ୍ଷମା ସାଗର ମହାରଣା,କେ.ତ୍ରିନାଥ ରେଡି,ସୁକାନ୍ତ କୁମାର ମହାନ୍ତି,ମୃତ୍ୟୁଞ୍ଜୟ ପ୍ରଧାନ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।