ଆସିକାରେ ଓଡିଶା ବନ୍ଦର ପ୍ରଭାବ

youtube

ବ୍ରହ୍ମପୁର : ବାଲେଶ୍ୱର ଫକୀର ମୋହନ କଲେଜ ରେ ଛାତ୍ରୀ ଙ୍କ ଆତ୍ମହୁତି ଘଟଣା କୁ ନେଇ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ରାଜ୍ୟ ବ୍ୟାପି ବନ୍ଦ ଡାକରା ର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ଆସିକା ରେ ମଧ୍ୟ ଦେଖିବାକୁ ମିଳିଛି l କଂଗ୍ରେସ ଓ ବାମ ଦଳ ର କର୍ମୀ ମାନେ ଆଜି ସକାଳୁ ବିଜୁ ପଟ୍ଟନାୟକ ଛକ, ତାଲୁକା ଛକ, ପୁରୁଣା ବସଷ୍ଟାଣ୍ଡ ଛକ ଭଳି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ରଖି ପ୍ରତିବାଦ କରାଯିବା ସହ ରାସ୍ତା ରୋକ କରାଯାଇଛି l ଫଳରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ସହର ରେ ଦୋକାନ ବଜାର ବନ୍ଦ ରହିଛି l ପରେ କଂଗ୍ରେସ ନେତା ମାନେ ବାଇକ ରାଲିରେ ବାହାରି ପିକେଟିଙ୍ଗ କରିବା ସହ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି l ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ସହ ଛାତ୍ରୀ ଙ୍କୁ ଯେହୁଁ ଦିନ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଆନ୍ଦୋଳନ ଜାରିରହିବା ନେଇ କହିଛନ୍ତି କଂଗ୍ରେସ ନେତା l

Leave A Reply

Your email address will not be published.