ଦୂର୍ଘଟଣାରେ ଜଣେ ଗୁରୁତର

youtube

ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ବାଇକ୍ ସହ ଏକ ଯାତ୍ରୀବାହୀ ଅଟୋ (ଓଆର୦୭ଏଏ ୭୫୦୮)ର ଧକ୍କା ଘଟିଛି। ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅଟୋ ଚାଳକ ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗାୟତ୍ରୀନଗର ଅଞ୍ଚଳର ମିଟୁ ସାହୁ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଉଭୟ ବାଇକ୍ ଓ ଅଟୋ ଚାଳକ ଫେରାର ହୋଇଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ପଛପଟୁ ଏକ ବାଇକ୍ ଦୃତ ଗତିରେ ଆସି ଅଟୋ ପଛକୁ ଧକ୍କା ଦେବାରୁ ଅଟୋ ଚାଳକ ଜଣଙ୍କ ଭାରସାମ୍ୟ ହରାଇବାରୁ ଅଟୋଟି ରାସ୍ତା ପ୍ବାର୍ଶ୍ଵକୁ ଓଲଟି ପଡିଥିଲା।

Leave A Reply

Your email address will not be published.