
ଚୋରା ବାଲି ମାଫିଆ ପଛରେ କିଏ….???
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟ ରୀତିମତ ଲୁଟ ହେଉଛି। ବଡ଼ନଦୀ ଓ ଋଷି କୂଲ୍ୟା ନଦୀରୁ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳର ବାଲି ମାଫିଆ ମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଛୁଟ ମିଳିଥିବା ଅନୁମାନ କରାଯାଉଛି। ନିସର୍ତ୍ତ ରେ ରୀତିମତ ଚୋରା ବାଲିରେ ସମ୍ପୃକ୍ତ ଥିବା ମାଫିଆ ମାନଙ୍କ ସମ୍ପର୍କରେ ଖବର ପ୍ରକାଶ ହେଉଛି। ଆଜି ଖଣି ବିଭାଗ ର ଅଧିକାରୀ ଆସିକା ସୁନାମ୍ବ ସାହିରୁ ବାଲି ଚାଲାଣ ହେଉଥିବା ଏକ ଟ୍ରାକ୍ଟରକୁ ଧରି ପୋଲିସ ରେ ଜିମା ଦେଇଥିବା ଜଣାପଡିଛି। ଦୀର୍ଘ ଦିନ ପରେ ଖଣି ବିଭାଗର ଆଜି ଗୋଡ଼ାଇ ଗୋଡ଼ାଇ ଟ୍ରାକ୍ଟର ଧରିବା ଫଳରେ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଆସିକା ଅଞ୍ଚଳରେ ଥିବା ବିଭିନ୍ନ ଘାଟ ଏବେ ଦୁଇ ନଦୀରେ ବର୍ଷା ଜଳ ଆସିବା ଯୋଗୁଁ ବାଲି ଉତ୍ତୋଳନ ବନ୍ଦ ରହିଛି। ପୂର୍ବରୁ ଗଚ୍ଛିତ ଥିବା ବାଲି ସୁନା ଦରରେ ବିକ୍ରି ହେଉଛି।ପ୍ରଶାସନ ସବୁ ଜାଣି ନୀରବ, ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଲଘୁ ଖଣିଜ ଦ୍ରବ୍ୟ ମାଫିଆ ମାନେ ପ୍ରଶାସନ ଓ ନେତା ମାନଙ୍କ ପକେଟ ଗରମ କରି ଲୁଟି ଚାଲିଛନ୍ତି l ଜିଲ୍ଲା ରେ ମାଳ ମାଳ କ୍ରସର ୟୁନିଟ ଦିନକୁ କୋଟି କୋଟି ଟଙ୍କା ରାଜସ୍ବ ଲୁଟି ଚାଲିଛନ୍ତି ମୁଖ୍ୟତଃ ଆସିକା, କୁକୁଡାଖଣ୍ଡି, ଦିଗପହଣ୍ଡି, ଓ କନିସି ତହସିଲ ଅଞ୍ଚଳ ରେ ଏପରି ଲୁଟ ବ୍ୟାପକ ଭାବରେ ଚାଲିଛି ଏହି ଅଞ୍ଚଳ ର ତହସିଲ କିରାଣୀ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ l କିରାଣୀ ମାନଙ୍କ ଦ୍ଵାରା ଚାଲିଛି ଜିଲ୍ଲା ଶାସନ ତେଣୁ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲା ରେ ଥିବା ବାଲି ମାଫିଆ, କ୍ରସର ମାଲିକ ଏବଂ ଲଘୁ ଖଣିଜ ପଦାର୍ଥ ମାଫିଆ ମାନଙ୍କୁ ଗେଲ୍ହା ପୁଅ ପରି ରଖିଥିବା ଚର୍ଚ୍ଚା ହେଉଛି l ସେ ଯାହାବି ହେଉ ଅନେକ ଦିନ ପରେ ଖଣି ବିଭାଗ ର ଅଧିକାରୀ ମାନେ ଚେଇଁ ଉଠିଛନ୍ତି ଦେଖା ଯାଉ ଖଣି ବିଭାଗ ଆଗାମୀ ଦିନରେ କଣ ପଦକ୍ଷେପ ନେବ ତାହା ସମୟ କହିବ l