add-all

ମାଲକାନଗିରି ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଘଟଣା : ଜ଼ିଲ୍ଲା ଶାଖା ସାମ୍ବାଦିକଙ୍କ ପକ୍ଷରୁ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ….

କୋରାପୁଟ (କୋଟପାଡ଼),:ମାଲକାନଗିରି ଜ଼ିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ଦାବୀ କରି କଳିଙ୍ଗ ୟୁନିଅନ ଅଫ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ସଂଘ, ଭୁବନେଶ୍ୱର,( ଓଡିଶା )ଶାଖା କୋରାପୁଟ ପକ୍ଷରୁ ଡିଆଇ ଜି ଡ଼. କନୱର ଵିଶାଳ ସିଂଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏନେଇ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଡି ଆଇ ଜି ଶ୍ରୀ ସିଂ ପ୍ରତିଶୃତି ଦେଇଛନ୍ତି l
ଦାବିପତ୍ର ପ୍ରଦାନ ସମୟରେ କୋରାପୁଟ ଜ଼ିଲ୍ଲା ସଂଘ ସଭାପତି ଜ୍ଞାନେନ୍ଦ୍ର ପଟନାୟକ, ସମ୍ପାଦକ ବାସୁଦେବ ବରlଡ଼, କୋଟପାଡ଼ ସାମ୍ବାଦିକ ସଂଘ ଉପ ସଭାପତି ବସନ୍ତ ପେଗଡ଼, ସତ୍ୟଜିତ ମହାନ୍ତି, ଅମିତ ପରିଚ୍ଛା, କୃତିବାସ ପ୍ରଧାନ, ଉତ୍ତମ ନାୟକ, ପବିତ୍ର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.