ଗଭୀର ଜଳ ମଧ୍ୟରେ ମାଛଧରି ବା ସମୟରେ ଡଙ୍ଗା ବୁଡି ଜଣେ ନିଖୋଜ…

ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…

add-all

ମାଲକାନଗିରି, ୧୯/୭ ଗତକାଲି ସନ୍ଧ୍ୟା ସମୟରେ ବାଲିମେଳା ଡ଼ାଇକ୩ ଜଳଭଣ୍ଡାର କୁ ଦେଶୀ ଡ଼ଙ୍ଗା ସାହାଯ୍ୟରେ ନଦୀରେ ମାଛ ଜାଲ ପକାଇ ଫେରୁଥିବା ବେଳେ ଘଟିଲା ଅଘଟଣ। ଦେଶୀ ଡଙ୍ଗା ଓଲଟି ତଳପଦର ଗ୍ରାମର ଯୁବକ ରାମଚନ୍ଦ୍ର ପାଙ୍ଗି (୨୭) ନିଖୋଜ ।ଖବର ଅନୁଯାୟୀ, ଏକ ଦେଶୀ ଡଙ୍ଗାରେ ନାକାମାମୁଡ଼ିରୁ ତାଳପଦରକୁ ୫ ଜଣ ଯିବା ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡଙ୍ଗାରେ ଥ‌ିବା ୫ ଜଣଙ୍କ ମଧ୍ୟରୁ ୪ଜଣ କୂଳରେ ପହଁରି ପହଁରି ସୁରକ୍ଷିତ ଭାବେ ପହଞ୍ଚିଥ‌ିବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ। ନିଖୋଜ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ପାଙ୍ଗି ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥ୍‌ଲା ଆଜି କୋରକୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହ ନିଖୋଜ ବ୍ୟକ୍ତିଙ୍କ ତଲାସୀ ଜାରିରଖିଛନ୍ତି ଅଗ୍ନିଶମ ବିଭାଗ ।

ad-week
Leave A Reply

Your email address will not be published.