
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତେକ କ୍ଷେତ୍ରରେ କ୍ଷମତାର ଅପବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ତାହାର ନଗ୍ନ ନମୁନା ଏବେ ବଡ଼ ଖୋଲି ହାଇସ୍କୁଲ ରେ ପାଚିକା ନିଯୁକ୍ତି ରେ ସୁପାରିଶ କୁ ଗୁରୁତ୍ୱ ଦେଉଥିବା ଆଲୋଚନା ହେଉଛି। ଧର୍ମକୁ ଆଖି ଠାର ଭଳି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପାଚିକା ଚୟନ ପାଇଁ ସ୍କୁଲ ପରିସରରେ ଏକ ନୋଟିସ ମାରିଛନ୍ତି। ଏପଟେ ସାମନ୍ୟା ପାଚିକା ନିଯୁକ୍ତି ପାଇଁ ରାଜନୀତି ଜୋର ଧରିଛି।କ୍ଷମତା ର ଅପବ୍ୟବହାର କରି ଲେଟର ପ୍ୟାଡ଼ ରେ ଜଣେ ମହିଳାଙ୍କ ନାଁ ସୁପାରିଶ କରାଯାଇଥିବା ଯୋଗୁଁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି। ଯୋଗ୍ୟତା ଭିତ୍ତିରେ ଚୟନ ନକରି ସୁପାରିଶ କୁ ଗୁରୁତ୍ୱ ଦେଉଥିବା ଯୋଗୁଁ ପ୍ରଧାନ ଶିକ୍ଷକଙ୍କ ଉପରେ ଉଙ୍ଗୁଳି ଉଠାଯାଉଛି। ଯଦି ସୁପାରିଶ ଅନୁଯାଇ ନିଯୁକ୍ତି କରିଲେ ଅଦାଲତର ଆଶ୍ରୟ ନେବାକୁ କିଛି ବ୍ୟକ୍ତି ସଜବାଜ ହେଉଛନ୍ତି। ସୁପାରିଶ କୁ ଗୁରୁତ୍ୱ ଦେଇ ନିଯୁକ୍ତି କରିଲେ ପ୍ରଧାନ ଶିକ୍ଷକ ହରଡ଼ ଘଣାରେ ପଡିବା ସମ୍ଭାବନା ଦେଖା ଦେଇଛି।ଶିକ୍ଷା ବିଭାଗୀୟ ଅଧିକାରୀ ଏହି ବେନିୟମ ସୁପାରିଶକୁ ରଦ୍ଧ କରିବାକୁ ଗ୍ରାମ ବାସୀ ଦାବୀ କରିଛନ୍ତି। ସୂଚନା ଥାଉକି ସରକାର ଶିକ୍ଷକ ବଦଳି ପାଇଁ ବିଧାୟକ ମାନଙ୍କୁ କ୍ଷମତା ଦେଇଥିଲେ ସେଥିରେ ବି ଦୁର୍ନୀତି ର ଗନ୍ଧ ଶୁଣିବାକୁ ମିଳୁଛି ବଦଳି ପାଇଁ ପଚାଶ ହଜାର ଟଙ୍କା ଆଦାୟ କରାଯାଇଛି ବୋଲି ଅଭିଯୋଗ ଆସୁଛି l ଶେଷରେ ପାଚିକା ନିଯୁକ୍ତି ରେ ବି ଦୁର୍ନୀତି ର ଗନ୍ଧ, ଔଷଧ ବିକଳ ରେ ତାଟିଆ କାମୁଡୁ ଛନ୍ତି ଏବଂ କ୍ଷମତା ର ଅପବ୍ୟବହାର କରି କୋଟି କୋଟି ଟଙ୍କା ରୋଜଗାର ରେ ଲାଗିଛନ୍ତି ବିଧାୟକ ବୋଲି ସାଧାରଣ ରେ ଚର୍ଚ୍ଚା l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି ଆସିକା ବିଧାନସଭା ଅଞ୍ଚଳ ରେ ଲୋକ ତ୍ରାହି ତ୍ରାହି ଡାକିଲେଣି ଯାହାର ବହୁମୂଲ୍ୟ ଦେବାକୁ ପଡିବ ବିଜେପି ସରକାର ଙ୍କୁ ବୋଲି ଖଟିରେ ଚର୍ଚ୍ଚା l